ବଅଁରପାଳ ପଞ୍ଚ ଶ୍ରୀକ୍ଷେତ୍ର ଠାରେ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ପଵିତ୍ର ରଥଯାତ୍ରା

ଅନୁଗୋଳ/ବଅଁରପାଳ – ଗୁରୁବାର ବଅଁରପାଳ ପଞ୍ଚଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ମହୋତ୍ସବ ମହା ଆଡ଼ମ୍ବରରେ ସମ୍ପନ୍ନ ହୋଇଛି। ପ୍ରଭାତରୁ ମନ୍ଦିରରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତି, ସ୍ନାନ, ବେଶ, ପୂଜାର୍ଚ୍ଚନା, ବାଳଭୋଗ ସମେତ ଅନ୍ୟାନ୍ୟ ନୀତିକାନ୍ତି ବିଧିବଦ୍ଧ ଭାବେ ସମ୍ପନ୍ନ ହୋଇଥିଲା। ପରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଥିଲା । ପୂର୍ବତନ ବିଧାୟକ ରଜନୀକାନ୍ତ ସିଂହ ଛେରାପହଁରା କରିଥିଲେ। ଦେବଦଳନ ରଥ ତଥା ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ଭକ୍ତମାନେ ଟାଣିଥିଲେ। ମନ୍ଦିରର ପୂଜକ ଅଶୋକ ଦାସ ସମସ୍ତ ବୈଦିକ ନୀତି ଅନୁଯାୟୀ ପୂଜାର୍ଚ୍ଚନା ସମ୍ପନ୍ନ କରିଥିବା ବେଳେ ସତ୍ୟବାନ ବରାହ ଓ କୁମୁଦିନୀ ବରାହ କର୍ତ୍ତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଭାସ୍କର ଚନ୍ଦ୍ର ବେହେରା, ଅକ୍ଷୟ ପଟ୍ଟନାୟକ ଧାରାବିବରଣୀ ପ୍ରଦାନ କରି ରଥଯାତ୍ରାର ଧାର୍ମିକ ମହତ୍ତ୍ଵ ବର୍ଣ୍ଣନା କରିଥିଲେ। ପ୍ରଶାସନ ପକ୍ଷରୁ ତହସିଲଦାର ସୁଶାନ୍ତ କୁମାର ମିଶ୍ର ଓ ଥାନାଧିକାରୀ ଦୁଷ୍ମନ୍ତ କୁମାର ସିଂହ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ବିଜେପି ଜିଲ୍ଲା ସମ୍ପାଦକ ପ୍ରତ୍ୟୁଷ ରଞ୍ଜନ ପଣ୍ଡା ଓ ବହୁ ଭକ୍ତ ଏବଂ ଶ୍ରଦ୍ଧାଳୁ ତଥା ହଜାର ହଜାର ଭକ୍ତ ତିନି ଠାକୁରଙ୍କୁ ଦର୍ଶନ କରି ଥିଲେ ଓ ରଥ ଟାଣିଥିଲେ। ଶେଷରେ ତିନି ରଥ ମାଉସୀ ମା ମନ୍ଦିରରେ ପହଞ୍ଚିବା ପରେ ଭକ୍ତମାନେ ନାନାଦି ଶୁଖିଲା ଭୋଗ ଲାଗି କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ବର୍ଷା ବନ୍ଦ ହେବା ସହ ପାଗ ଅନୁକୂଳ ଥିବାରୁ ଭକ୍ତଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା।
ଭାସ୍କର ଚନ୍ଦ୍ର ବେହେରା, ଅକ୍ଷୟ ପଟ୍ଟନାୟକ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରିଥିଲେ। ରଥଯାତ୍ରା ପରିଚାଳନାରେ ଦଇତାପତି ସୁବାସ ଚନ୍ଦ୍ର ପଟ୍ଟନାୟକ, ପ୍ରେମାନନ୍ଦ ପ୍ରଧାନ, ଅଭୟ କୁମାର ଭୂତିଆ, ବାଲିଆ ସାମଲ, ଛବି ମୋହନ ସାହୁ, ଶ୍ରୀମୁଖ ଭୂତିଆ, ଗଗନ ବିହାରୀ ମହାଳିକ, ପ୍ରଦୀପ ସାହୁ, ପ୍ରଦୀପ୍ତ କୁମାର ମାଝୀ, ଉପେନ୍ଦ୍ର ସାମଲ, ନିମାଇଁ ସାମଲ, ରବି ନାରାୟଣ ବେହେରା, ଡାହୁକ ବନ୍ଧୁଆ ସାହୁ, ନିର୍ମଳ କୁମାର ବରାହ, ଉପସଭାପତି ପିତାମ୍ବର ସାହୁ, ସୁଧୀର କୁମାର ବରାହ, ପରାମର୍ଶଦାତା ଭାସ୍କର ଚନ୍ଦ୍ର ବେହେରା, ସତ୍ୟବାନ ବରାହ, ଭରତ ଚନ୍ଦ୍ର ମାଝୀ ଓ ମନ୍ଦିର କମିଟିର ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।



