ଦ୍ଵାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ
ଅମ୍ବାଭୋନା ତା ୦୫/୦୯/୨୦୨୬ ଶନିବାର ଦିନ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ବାରୀ ରେ ବିଦ୍ୟାଳୟ ପରିଚାଳନା କମିଟି ଚେୟାରମେନ ଶ୍ରୀଯୁକ୍ତ ସୁରେନ୍ଦ୍ର ଡନସନା ଙ୍କ ସଭାପତିତ୍ବରେ ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବଶିଷ୍ଠ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୁରୁ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ ପୂଜା କରାଯାଇଥିଲା । ବିଦ୍ୟାଳୟ ଓ ପରିଚାଳନା କମିଟି ଦ୍ବାରା ସମସ୍ତ ଶିକ୍ଷକ ଶିକ୍ଷୟୀତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ବଵଲି ଭୁଏ ଓ ସନୟା ନାଏକ ଗୁରୁ ବନ୍ଦନା କରିଥିଲେ । ସହକାରୀ ଶିକ୍ଷକ ସ୍ବାଧୀନ କୁମାର ସାହୁ ସଭାର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ । ରୁଚି ଗହୀର, ଶିବାନୀ ଭୋଇ,ପୁଜା ବାଗ ଙ୍କ ନୃତ୍ୟ ସମସ୍ତଙ୍କ ମନମୁଗ୍ଧ କରିଥିବା ବେଳେ ଦିବ୍ୟା, ଶୃତୀ,ରୋଲି ଙ୍କ ତର୍କ ମନଛୁଆଁ ହୋଇପାରିଥିଲା ।

ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ଅବସରପ୍ରାପ୍ତ ଶିକ୍ଷକ ସାର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନ ଦର୍ଶନ ଓ ଗୁରୁ ଦିବସ ବିଷୟରେ ବୁଝାଇ ଥିଲେ । ଏହି ଅବସରରେ ଛାତ୍ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ତର୍କ ,ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଦିବସ ରେ ସହକାରୀ ଶିକ୍ଷକ ସରୋଜ କୁମାର ସାହୁ,କ୍ଷିରୋଦ ଡନସନା, ଶିକ୍ଷୟୀତ୍ରୀ ସୁରେଶ୍ଵରୀ ସେଠ୍ , ନିବେଦିତା ବିଶ୍ୱାଲ,ରିଙ୍କୀ ଭୁଏ, ପରିଚାଳନା କମିଟି ର ସମସ୍ତ ସଭ୍ୟ ସଭ୍ୟା ଓ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ସରୋଜ କୁମାର ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।



