ଭୁତଳ କୋଠରି ରୁ କଫ୍ସିରପ୍ ଜବତ, ମହିଳା ଗିରଫ
ଭଟଲି : – ବରଗଡ଼ ଜିଲ୍ଲା ଭଟଲି ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଡ଼ମାଳ ଗ୍ରାମର ସୂର୍ଯ୍ୟକାନ୍ତ ସାହୁଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ତାଙ୍କ ଘର ପଛପଟେ ଗୁପ୍ତ ଭୂତଳ କୋଠରୀରୁ କୋଡିନ୍ ଫସଫେଟ୍ ଥିବା ୮୧୩ଟି ୧୦୦ ମିଲି କପ୍ ସିରପ୍ ବୋତଲ, ନଗଦ ୩ ଲକ୍ଷ ୩୩ ହଜାର ୬ ଶହ ଟଙ୍କା, ଧଳା ରଙ୍ଗର ଏକ ମହିନ୍ଦ୍ରା ବଲେରୋ , କଳା ରଙ୍ଗର ଏକ ମହିନ୍ଦ୍ରା ଥାର୍ (ଓଡି୧୭-ଏଏଚ୍-୩୪୨୨), ୪ଟି ମୋବାଇଲ ଫୋନ, ଗୋଟିଏ ବ୍ୟାଙ୍କ ପାସବୁକ୍, ୪ଟି ଏଟିଏମ୍ କାର୍ଡ ଓ ଗୋଟିଏ ଆଧାର ଏବଂ ଭୋଟର କାର୍ଡ ଜବତ କରାଯାଇଛି। ଚଢ଼ଉ ସମୟରେ ସୂର୍ଯ୍ୟକାନ୍ତ ଘରେ ଅନୁପସ୍ଥିତ ଥିବାରୁ ତାଙ୍କ ସହଯୋଗୀ ତଥା ପତ୍ନୀ ପାର୍ବତୀ ସାହୁ (୪୦) କୁ ଗିରଫ କରାଯାଇଥିଲା। ଭଟଲି ଥାନା କେସ ନଂ. ୨୭୮, ତା. ୦୮.୦୯.୨୦୨୬, ଏନ୍ଡିପିଏସ୍ ଧାରା ୨୧(ବି)/୨୫/୨୯ରେ ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବିଭୂତି ଭୂଷଣ ଦଳେଇ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଥିଲେ |



