ପ୍ରଭୂ ଗଜାନନଙ୍କ ପୂଜାପାଇଁ ତାଳଚେରରେ ଲାଗୁ ହେଲା ନୋ ଏଂଟ୍ରି
ତାଳଚେର, ୧୧/୦୯ ଅନୁଗୋଳ ଜିଲ୍ଳାପାଳ ଅବଦୂଲ ଏମଅଖତର ଅର୍ଡ଼ର ନଂ ୨୨୩୫ ତା ୧୦/୦୯/୨୦୨୬ ଆଗକୁ ତାଳଚେରର ପ୍ରସିଦ୍ଧ ଗଣେଶପୂଜା ୧୪ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ନେଇ ୧୪୯ ନଂ ଜାତୀୟ ରାଜପଥରେ ନୋଏଂଟ୍ରି ଲାଗୁ କରିଛନ୍ତି । ଏହି ଜାତୀୟ ରାଜପଥ ଦେଇ ଦୈନିକ ହଜାର ହଜାର ଭାରୀଯାନ ଚଳାଚଳ କରିଥିବା ଯୋଗୁଁ ରାସ୍ତାଟି ସମ୍ପୂର୍ଣ୍ଣ ସଂକୀର୍ଣ୍ଣ ହୋଇପଡ଼ିଥାଏ । ପୂଜା ମାହୋଲ ସମୟରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଗମନାଗମନ ଓ ପୂଜାହୋଲକୁ ବୁଲି ଦେଖିବାକୁ ଏହି ନୋଏଂଟ୍ରି ସହାୟକ ହୋଇ ପାରିବ । ବିଭିନ୍ନ ଅଂଚଳରୁ ଆସିଥିବା ବ୍ୟବସାୟୀ, ମୀନାବଜାର, ଦୋଳି ଇତ୍ୟାତିକୁ ନେଇ ସନ୍ଧ୍ୟା ସମୟରେ ଭିଡ଼ ଲାଗି ରହୁହେ । ତେଣୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅପରାହ୍ଣ ୩ଘଟିକା ଠାରୁ ରାତ୍ରୀ ୧୧.୩୦ମିନିଟ୍ ପର୍ଯ୍ୟନ୍ତ ନୋଏଂଟ୍ରି ଲାଗୁ କରାଯିବା ସହ ୨୬ତାରିଖ ଭସାଣି ଉତ୍ସବ ରହୁଥିବାରୁ ସକାଳ ୭ଘଟିକା ଠାରୁ ରାତ୍ରୀ ୧୧ଘଟିକା ପର୍ଯ୍ୟନ୍ତ ଭାରୀଯାନ ଚଳାଚଳ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି ରହିଛି । ଏହାର କପି ତାଳଚେର ଉପଜିଲ୍ଳାପାଳ, ଉପଖଣ୍ଡ ଆରକ୍ଷୀ ଅଧିକ (ଏସଡ଼ିପିଓ), ଟାଉନ ଥାନା ଅଧିକାରୀ, କୋଲିୟରୀ ଥାନା ଅଧିକାରୀଙ୍କୁ ଦେବା ସହ ତାଳଚେର ପରିବହନ ବିଭାଗ ଏବଂ ଅନୁଗୋଳ ଏସପିଙ୍କୁ ପ୍ରଦାନ କରାଯାଇଛି ।

September 14, 2026/
No Comments


