ଚୋରି କରିବାକୁ ଯାଇ ଧରାପଡ଼ିଲା ଯୁବକ, ପୁରୁଣା ଥାନାରେ ପୁଲିସ ଫାଣ୍ଡି ଦାବି
ଭଟଲି :- ଭଟଲି ପୁରୁଣା ଥାନା ସମ୍ମୁଖରେ ଥିବା ଡା. ବୀରେନ୍ଦ୍ର କୁମାର ହୋତାଙ୍କ ଘରେ ଚୋରି ଉଦ୍ୟମ କରି ଜଣେ ଯୁବକ ଧରା ପଡ଼ିଛି। ଗୁରୁବାର ରାତି ପ୍ରାୟ ୧୨ଟାରେ ଡାକ୍ତର ହୋତା ଓ ତାଙ୍କ ପତ୍ନୀ ଶୋଇଥିବାବେଳେ ଯୁବକ ଜଣକ କାନ୍ଥ ଡେଇଁ ଘରର ଉ ଉପର ମହଲାକୁ ପ୍ରବେଶ କରିଥିଲା। ସେଠାରେ କାଚ କବାଟ ଖୋଲି ଆଲମିରାରୁ ବିଭିନ୍ନ ସାମଗ୍ରୀ ନେଇ ଯାଉଥିବାବେଳେ ଡାକ୍ତର ହୋତାଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ପାଟିତୁଣ୍ଡ କରିବାରୁ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିଥିଲେ। ଏନେଇ ଭଟଲି ଥାନାକୁ ସୂଚନା ଦିଆଯିବା ପରେ ପୁଲିସ ଘଟଣାସ୍ଥଳ ସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରି ଥାନାକୁ ନେଇଥିଲା। ଏ ସମ୍ପର୍କରେ ଭଟଲି ପୁଲିସ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋଟ ଚାଲାଣ କରିଛି। ଏନେଇ ଭଟଲି ଥାନାଧିକାରୀ ବିଭୂତି ଭୂଷଣ ଦଳେଇ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଭଟଲି । ଥାନା ମୁଖ୍ୟ ଜନବସତିଠାରୁ ପ୍ରାୟ ୬ କିମି ଦୂରକୁ ସ୍ଥାନାନ୍ତର ହେବା ପରେ ଅଞ୍ଚଳରେ ଚୋରି, ରାହାଜାନି ଓ ନିଶା କାରବାର ବୃଦ୍ଧି ପାଇଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ପୁରୁଣା ଥାନା ପରିସରରେ ପୁଲିସ ଫାଣ୍ଡି ସ୍ଥାପନ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନିକସ୍ତରରେ ଆବଶ୍ୟକ ପଦକ୍ଷେପ ନିଅ ନିଆଯାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ପୁରୁଣା ଥାନାରେ ତୁରନ୍ତ ସ୍ଥାୟୀ ପୁଲିସ ଫାଣ୍ଡି ସ୍ଥାପନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।



