ଅସାରାଏ ବର୍ଷାରେ ବେହାଲ ତାଳଚେର ଫିକା ପକାଇଲା ପୂଜା ମାହୋଲ
ତାଳଚେର, ୧୭/୦୯ ଗତକାଲି ଠିକ୍ ଅପରାହ୍ଣ ୪ଘଟିକା ସମୟରେ ହଠାତ୍ ଅସାରାଏ ବର୍ଷା ହେବା ସହିତ ଆଜି ମଧ୍ୟ ଅପରାହ୍ଣ ୩ଘଟିକା ସମୟରେ ପ୍ରବଳ ଘଡ଼ିଘଡ଼ି ବିଜୁଳି ସହ ବର୍ଷାରେ ବେହୋଲ ତାଳଚେର ଫିକା ପକାଇଲା ପୂଜା ମାହୋଲ । ଅସରାଏ ବର୍ଷା ହେବା ଫଳରେ ତାଳଚେର ସହରର ବାଙ୍କଧରା ଛକ ଠାରୁ ବହ୍ଲର ପର୍ଯ୍ୟନ୍ତ ରାସ୍ତାକାମ ଚାଲୁଥିବାରୁ ରାସ୍ତାରେ ବଡ଼ବଡ଼ ଗର୍ତ ସୃଷ୍ଟି ହୋଇ ସେଥିରେ ପାଣି ଜମିରହି ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାସହ ଲୋକାମାନେ ବାଧ୍ୟ ହୋଇ ପୂଜାକୁ ଉପଭୋଗ କରିବାପାଇଁ ମନ ବଳାଉନଥିବା ଦେଖିବାକୁ ମିଳିଛି । ରାସ୍ତାରେ ଗାଡ଼ିଗଲେ ରାସ୍ତାରୁ ଆବର୍ଜନା ପାଣି ପଡ଼ି ପ୍ୟାଂଟସାର୍ଟ, ଶାଢ଼ୀପଟା ଇତ୍ୟାଦି ନଷ୍ଟ ହେବା ସହିତ ଖାଲଖମଣ ଯୋଗୁଁ ବାଇକ ଆରୋହୀ ଚକ ସ୍ଲିପ୍ କରି ଖସିପଡ଼ୁଥିବା ନଜିର ରହିଛି । ବିଶେଷତଃ ଟ୍ରାଫିକ ଛକରେ ଆଣ୍ଠୁଏ ପାଣି ଜମି ରହୁଥିବାରୁ ପୂଜା ଦେଖି ଆସୁଥିବା ଭକ୍ତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେଣୁ ତୁରନ୍ତ ସ୍ଥାନୀୟ ପ୍ରଶାସନ ପୂଜାକୁ ଆଖିଆଗରେ ରଖି କିପରି ଜାତୀୟ ରାଜପଥରେ ଭକ୍ତମାନଙ୍କ ଚଳପ୍ରଚଳ ସୁଗମ ହୋଇପାରିବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଯୋରଧରିଛି ।

September 17, 2026/
No Comments


