Spread the love

### ସୁସ୍ଥ ଗୃହପାଳିତ ପଶୁ, ବନ୍ୟଜନ୍ତୁ ସୁରକ୍ଷାରେ ସହାୟକ; ୩ଟି ରେଞ୍ଜରେ ୪୫୦ ଡୋଜ୍ ଟିକା ପ୍ରଦାନ

ଅନୁଗୋଳ: ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ସହ ବନ୍ୟଜନ୍ତୁଙ୍କୁ ରୋଗ ସଂକ୍ରମଣରୁ ସୁରକ୍ଷିତ ରଖିବା ଏବଂ ମଣିଷ-ବନ୍ୟଜନ୍ତୁଙ୍କ ମଧ୍ୟରେ ସୁସ୍ଥ ସହାବସ୍ଥାନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ପଶୁ ସ୍ୱାସ୍ଥ୍ୟ ସଚେତନତା ଓ ଟିକାକରଣ ଅଭିଯାନ ଜାରି ରହିଛି।

ଏହି ଅଭିଯାନର ଅଂଶସ୍ୱରୂପ ଜରପଡ଼ା, କଣିହା ଓ ଛେଣ୍ଡିପଦା ରେଞ୍ଜର ବିଭିନ୍ନ ଅଞ୍ଚଳରେ ମୋବାଇଲ୍ ଭେଟେରିନାରୀ ୟୁନିଟ୍ (MVU) ପକ୍ଷରୁ ସ୍ଥାନୀୟ ପଶୁଚିକିତ୍ସା କର୍ମଚାରୀ ଓ ବନ କର୍ମଚାରୀଙ୍କ ସହଯୋଗରେ ସଚେତନତା ଏବଂ ଟିକାକରଣ ଶିବିର ଆୟୋଜନ କରାଯାଇଛି। ଏହି ଶିବିରଗୁଡ଼ିକରେ ଗୃହପାଳିତ ପଶୁଙ୍କୁ ମୋଟ ୪୫୦ ଡୋଜ୍ ଟିକା ପ୍ରଦାନ କରାଯାଇଛି।

ପଶୁପାଳକମାନଙ୍କୁ ସମୟାନୁସାରେ ଟିକାକରଣ, ନିୟମିତ କୃମିନାଶକ ଔଷଧ ପ୍ରୟୋଗ ଏବଂ ପ୍ରତିଷେଧକ ପଶୁ ସ୍ୱାସ୍ଥ୍ୟ ସେବା ଗ୍ରହଣ କରିବା ସମ୍ପର୍କରେ ସଚେତନ କରାଯାଉଛି। ଏହାଦ୍ୱାରା ଗୃହପାଳିତ ପଶୁଙ୍କ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ସହ ବନ୍ୟଜନ୍ତୁଙ୍କ ପ୍ରତି ରୋଗ ସଂକ୍ରମଣର ବିପଦକୁ ହ୍ରାସ କରିବା ଏବଂ ବନପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମଣିଷ ଓ ବନ୍ୟଜନ୍ତୁଙ୍କ ସୁରକ୍ଷିତ ସହାବସ୍ଥାନକୁ ସୁଦୃଢ଼ କରିବାରେ ଏହି ପଦକ୍ଷେପ ସହାୟକ ହେଉଛି।

ଅନୁଗୋଳ ବନଖଣ୍ଡର ଏଭଳି ସମୁଦାୟମୁଖୀ ପଦକ୍ଷେପ ପଶୁ ସ୍ୱାସ୍ଥ୍ୟ ସୁରକ୍ଷା, ପଶୁପାଳକଙ୍କ ସଚେତନତା ବୃଦ୍ଧି ଏବଂ ବନ୍ୟଜନ୍ତୁ ସଂରକ୍ଷଣକୁ ଏକାସାଙ୍ଗରେ ଆଗକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।

 

Leave a Reply

Your email address will not be published. Required fields are marked *