Spread the love

ଜିଲ୍ଳାପାଳଙ୍କ ତାଳଚେର ଗସ୍ତ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ତାଳଚେର, ୨୧/୧୧ ଅନୁଗୋଳ ଜିଲ୍ଳାପାଳ ତଥା ମାଜିଷ୍ଟ୍ରେଟ୍ ଅବଦୂଲ୍ଲ ଏମଅଖତର ଆଜି ତାଳଚେର ପୌରାଚଂଳ ଗସ୍ତକରି ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି । ଏହି ଗସ୍ତରେ ତାଳଚେର ଉପଜିଳ୍ଳାପାଳ ପ୍ରଜ୍ଞାନନ୍ଦନ ଗିରି ଉପସ୍ଥିତ ଥିଲେ । ସେ ୧୭ନଂ ୱାର୍ଡ଼ ଡ଼ିମରଗୁଡ଼ି ସାହି ଫେବରବ୍ଲକ ରୋଡ଼, ୧୫-୨୦ନଂ ୱାର୍ଡ଼ ଆଇଟିଆଇ ଛକ ଫେବରବ୍ଲକ ରୋଡ଼, ୨୦ନଂୱାର୍ଡ଼ ସିସିଡ଼୍ରେନ ଏବଂ ୫ନଂ ୱାର୍ଡ଼ ଥାନାସାହି ଫେବରବ୍ଲକ ରୋଡ଼ ପରିଦର୍ଶନ କରିଥିଲେ । ଏହା ବ୍ୟତୀତ ସେ ୭ନଂ ୱାର୍ଡ଼ ସ୍ଥିତ ଅଙ୍ଗନାବାଡ଼ି କେନ୍ଦ୍ର, ୱାର୍ଡ଼ ୧ର ଜଗନ୍ନାଥ ପାର୍କ ଏବଂ ରାଜବାଟ୍ଟୀ ନିକଟସ୍ଥ ସେତୁର ତଦାରଖ କରିଥିଲେ । କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଳାପାଳ ଶ୍ରୀ ଅଖତର ବିଭାଗୀୟ ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଯେପରିକି ସ୍ଥାନୀୟ ଅଂଚଳର ବାସ୍ତବ ଆବଶ୍ୟକତାକୁ ଦୃଷ୍ଟି ରଖି ପ୍ରକଳ୍ପ ଗୁଡ଼ିକର ଅନୁଧ୍ୟାନକରି ପୁନବ୍ୟାସ କରିବାକୁ ଉପସ୍ଥିତ ଥିବା ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ସହରରେ ଜଳନିଷ୍ପାସନ ସମସ୍ୟା ଦୂର କରିବାକୁ ସଠିକ ଡ଼୍ରେନ ଭିତିଭୂମି ନିର୍ମାଣ ସହ ଭଙ୍ଗାରୁଜା ଜନିତ ଆବର୍ଜନ ଗୁଡ଼ିକୁ ଠିକ ସମୟରେ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉନ୍ନୟନ ମୂଳକ କାର୍ଯ୍ୟର ଗୁଣବତା ବଜାୟ ରଖି ଧାର୍ଯ୍ୟ ସମୟରେ ଶେଷ କରିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *