ବ୍ଲକ ସ୍ତରୀୟ ନୂତନଭତା ବଂଟନ କାର୍ଯ୍ୟକ୍ରମ
ତାଳଚେର, ୨୧/୧୧ ଓଡ଼ିଶା ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତାପାଇଁ ବର୍ଷବର୍ଷ ଧରି ଅପେକ୍ଷା କରିଥିବା ରାଜ୍ୟର ୫ଲକ୍ଷ ୫ହଜାର ୮୧୭ଜଣ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଏହି ବର୍ଷ ଅକ୍ଟୋବର ମାସ ଠାରୁ ଭତାପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ଆଜି ସକାଳ ୧୦ଘଟିକା ସମୟରେ ସଭାଗୃହ ଠାରେ ଭତା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ତାଳଚେର ବ୍ଲକ ୬ଟି ଗ୍ରାମପଂଚାୟତର ମୋଟ ୨ଶହଜଣଙ୍କୁ ଭତା ପ୍ରଦାନ କରାଯାଇଥିଲା । ବ୍ଲକ ଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ଭତାବଂଟନ କରିବା ସହ ୫ଜଣ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ୩ଚକିଆ ଯାନ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ଛବିଳା ପ୍ରଧାନ, ଲେମ୍ବୁକାନ୍ତ, ଜନତା ପ୍ରଧାନ, ଲଳିତ ଦଣ୍ଡିଆ, ସୁଶିଳ କୁମାର ପଟ୍ଟନାୟକ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପପୁ ବେହେରା ମଂଚ ପରିଚାଳନା କରିବା ସହ ଏଥିରେ ୬ଟି ପଂଚାୟତର ନିର୍ବାହୀ ଅଧିକାରୀ ଏବଂ ଏଡ଼ିଓ ଯୋଗଦେଇ କାର୍ଯ୍ୟକ୍ରମର ସଫଳ ଆୟୋଜନର ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଢ଼େଙ୍କାନାଳ ସାଂସଦ ପ୍ରତିନିଧି ରଜେନ୍ଦ୍ର ସିଂହ, ବିଧାୟକଙ୍କ ପ୍ରତିନିଧି ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
