ମା ପାଟ ରାଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

(ଜେ ବି ଏନ /ସୁଶାନ୍ତ କୁମାର) ୦୧/୦୧ /୨୦୨୧ ଢେଙ୍କାନାଳ : ମା ପାଟ ରାଣୀ କ୍ରିକେଟ୍ କ୍ଲବ ଭାଟ କାଟେଣି ତରଫରୁ ୨୨ ତା ୨୦୨୦ ଠାରୁ ମ୍ୟାଚ୍ ଆରମ୍ଭ ହୋଇ ୩୧-୧୨-୨୦୨୦ ରେ ଫାଇନାଲ ହେଲା ।ଅନ୍ତିମ ଦିବସ ରେ ବିଜୟୀ ଦଳ ମା ବାଲି ବାଉତି କ୍ରିକେଟ୍ ଟିମ୍ ୧୫୧ ରନ୍ ରେ ବିଜୟ ଲାଭ କଲା ପାଟରାଣୀ ଦଳ ଠାରୁ ।ପରି ଶେଷରେ ପୁରସ୍କାର ବିତରଣ କରାଗଲା । ଏହି ସମାରୋହରେ ଗ୍ରାମର ସଭାପତି ଜଳଧର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ଓ ସମ୍ମାନିତ ଅତିଥି ଭାବରେ ମାରୁତି ସେନା ର ଜିଲ୍ଲା ସଭାପତି ବିକାଶ ଚନ୍ଦ୍ର ବେହେରା , ଅନ୍ୟତମ ସମ୍ମାନିତ ଅତିଥି ସଦର ୧ ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରଦୀପ କୁମାର ବେହେରା। ଙ୍କ ସମେତ ଦୁଇ ଦଳର ସମସ୍ତ ଖେଳାଳି ଉପସ୍ଥିତ ରହି ସୁରୁଖୁରରେ କାର୍ଯ୍ୟ ପରିଚାଳନା କଲେ। ପରିଶେଷରେ ମା ପଟରଣୀ ଦଳ ର ଅଧିନାୟକ ବିଜୟ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କଲେ।



