ଭାରତ ର ପ୍ରଥମ ଅଧ୍ୟାପିକା ମାତା ସାବିତ୍ରୀ ବାଇ ଫୁଲେ ଙ୍କ ୧୯୦ ତମ ଜନ୍ମ ଜୟନ୍ତୀ ପାଳନ

ଜେ ବି ଏନ, ୦୩/୦୧ /୨୦୨୧, (ରିପୋର୍ଟ,
ସୌମ୍ୟରଞ୍ଜନ ଶତପଥୀ), କଣିହାଁ : ସମାଜ ସଂସ୍କାରକ,ଶିକ୍ଷା ଵିତ୍,ଲେଖିକା,କବି ତଥା ଭାରତ ର ପ୍ରଥମ ଅଧ୍ୟାପିକା ମାତା ସାବିତ୍ରୀ ବାଇ ଫୁଲେ ଙ୍କ ୧୯୦ ତମ ଜନ୍ମ ଜୟନ୍ତୀ ଆଜି ତା ୦୩/୦୧/୨୦୨୧ ରିଖ,କଣିହାଁ ବ୍ଲକ,କୁଲେଇ ହାଟ ପଡ଼ିଆ ଠାରେ

ଅନୁଗୋଳ ର ମୈତ୍ରୀ ଅନୁଷ୍ଠାନ ପକ୍ଷରୁ,ସ୍ଥାନୀୟ ଯୁବକ ଙ୍କ ସହଯୋଗ ରେ ପାଳିତ ହୋଇ ଯାଇଛି।ବକ୍ତା ମାନେ,ମାତା ସାବିତ୍ରୀ ବାଇ ଙ୍କ ମହିଳା ଓ ଦଳିତ ଶୋଷିତ ଲୋକ ଙ୍କୁ ଶିକ୍ଷିତ କରିବା,ସମାନତା ପାଇଁ

ଲଢ଼ିବା,ଅନ୍ଧ ବିଶ୍ବାସ ବିରୁଦ୍ଧ ରେ ସଂଘର୍ଷ ତଥା ଜାତିଗତ,ଲିଙ୍ଗଗତ ବୈଷମ୍ୟ ବିରୁଦ୍ଧ ରେ ତାଙ୍କର ସଂଗ୍ରାମ ଉପରେ ଆଲୋକପାତ କରିଥିଲେ।




