କୁଆଁରୀ ବୋହୁ ର କୁଆଁରୀ କନ୍ୟା ନିଜ ପିତାଙ୍କ ସନ୍ଧାନେ

ଜେ ବି ଏନ, ୧୪/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : କାହାଣୀ ରେ ଆମେ ପଢ଼ିଛେ ବହୁ ସନ୍ତାନ ନିଜ ମା ପାଖରେ ରହି ବଢିଥାନ୍ତି l କୌଣସି ଘଟଣା ଚକ୍ରରେ ସେମାନେ ଅନ୍ୟର କଟାକ୍ଷ ର ଶିକାର ହୋଇଥାନ୍ତି l ସେଠାରୁ ଆରମ୍ଭ ହୁଏ ବାପା ପରିଚୟ ଖୋଜା l କିଏ ସଫଳ ହୁଏ ତ କିଏ ବିଫଳ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରେ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି l ସୂଚନା ଅନୁସାରେ ହିନ୍ଦୋଳ ରେଜିଓନାଲ କଲେଜ ଛାତ୍ରୀ ନିରାଶମୟୀ ଙ୍କ କ୍ଷେତ୍ରରେ l ଗୁଳେହି ପଂଚାୟତ କଲଣ୍ଡା ଗାଁ ରେ ମାଙ୍କ ସହ ଜନ୍ମରୁ ମାମୁଁଙ୍କ ଘରେ ଅଜା ଆଈ ପାଖରେ ରହୁଛନ୍ତି ମଧୁସୂଦନ ଦେହୁରୀ ଙ୍କ ଝିଅ ରଶ୍ମିତା ଲୋଭ କିମ୍ବା ଭୁଲ ବଶତଃ ବିବାହ ପୂର୍ବରୁ ଦୈହିକ ସମ୍ପର୍କ ସ୍ଥାପନ କରି ଜନ୍ମ ଦିଅନ୍ତି କନ୍ୟା ନିରାଶମାୟିଙ୍କୁ l ମାମୁଁ ଘରେ ଅଜାଆଈ ଙ୍କ ସ୍ନେହ ପାଇ ମା କୋଳରେ ଧୀରେ ଧୀରେ ବଢ଼ି ଅଙ୍ଗନବାଡି, ପ୍ରାଥମିକ, ମାଧ୍ୟ୍ୟମିକ ରୁ କଲେଜ ରେ ପହଂଛନ୍ତି l ସବୁ ବିଦ୍ୟାର୍ଥୀ ନିଜ ନିଜ ବାପା ମାଙ୍କ ପରିଚୟ ପ୍ରଦାନ ଓ ପାଖରେ ନେବା ଦେଖି, ବ୍ୟଥିତ କରେ ନିରାଶମୟିଙ୍କୁ l ସେ ହୁଅନ୍ତି ମର୍ମାହତ, ଖୋଜି ବୁଲନ୍ତି ପିତା ପରିଚୟ l




