
ଜାତୀୟ ମତଦାତା ଦିବସ ପାଳିତ ।
(ଜେ ବି ଏନ /ସୁଶାନ୍ତ କୁମାର) ୨୫/୦୧ /୨୦୨୧ ଅନୁଗୋଳ : ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଅନୁଗୋଳ ଉପଖଣ୍ଡର ମିଳିତ ସହଯୋଗରେ ୧୧ତମ ଜାତୀୟ ମତଦାତା ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ ଗଣତନ୍ତ୍ରକୁ କିପରି ସୁଦୃଢ଼ କରାଯିବ ସେଥିପାଇଁ ମତଦାତା ମାନେ ନିର୍ବାଚନରେ ନିଜ ନିଜର ମତଦାନ କରି ନିଜ ଅଧିକାରକୁ ସାବ୍ୟସ୍ତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଏକ ସଶକ୍ତ ଓ ସୁଦୃଢ ଗଣତନ୍ତ୍ରରେ ମତଦାତା ମାନଙ୍କର ମତଦାନ ମୁଲ୍ୟବାନ ସମ୍ପଦ । ଯେକୌଣସି ପରିସ୍ଥିତିରେ ମଧ୍ୟ ଏହି ଅଧିକାର ରୁ ବଞ୍ଚିତ ନ ହୋଇ ନିଜର କର୍ତ୍ତବ୍ୟ ପାଳନରେ ଦାୟିତ୍ବବୋଧ ରହିବା ଉଚିତ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ମତଦାନ ପୂର୍ବରୁ ଭୋଟରମାନଙ୍କ ର ନାମ ଭୋଟର ତାଲିକାରେ ପଞ୍ଜିକରଣ ହୋଇଛି କି ନାହିଁ ଏହାକୁ ତଦାରଖ କରିବାକୁ ସେ ପରାମର୍ଶ ଦେଇଥଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ ଯୋଗ ଦେଇ ଦେଶର ନିର୍ବାଚନ ପ୍ରକ୍ରିୟା ଅନ୍ୟ ଦେଶ ମାନଙ୍କ ଅପେକ୍ଷା ବେଶ ଉନ୍ନତ ବୋଲି ମତବ୍ୟକ୍ତ କରିଥିଲେ । ଗଣତନ୍ତ୍ରକୁ ସୁଦୃଢ କରିବା ନିମନ୍ତେ ଜଣେ ଶିକ୍ଷିତ ମତଦାତଙ୍କ ଭୁମିକା ଗୁରୁତ୍ଵପୂର୍ଣ୍ଣ ଅଟେ । କୌଣସି ଚାପର ବଶବର୍ତ୍ତୀ ନହୋଇ ମତଦାତା ମାନେ ନିଜର ବିବେକାନୁମୋଦିତ ଭୋଟ ଦେବା ଉପରେ ସେ ଗୁରୁତ୍ବାରୋପ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିର୍ବାଚନ ଆୟୋଗ ଆଜିର ଦିନରେ କାର୍ଯ୍ୟକ୍ଷମ ହୋଇଥିବା ସମ୍ପର୍କରେ ଆଲୋକପାତ କରିବା ସହ ଏହି ଦିବସ ପାଳନର ଗୁରୁତ୍ବ ସମ୍ପର୍କରେ ଅବଗତ କରିଥିଲେ । ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥୀ ସମସ୍ତଙ୍କୁ ସ୍ବାଗତ ଜଣାଇବା ସହ ନିର୍ବାଚନ କମିଶନ ଙ୍କ ବାର୍ତ୍ତା ପାଠ କରାଇଥିଲେ ।ସମସ୍ତଙ୍କ ସହଯୋଗରେ ଏକ ସୁଦୃଢ଼ ଗଣତନ୍ତ୍ର ଗଠନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥଲେ । ଶେଷରେ ନୂତନ ଭୋଟର ମାନଂକୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟୀ କଲେକ୍ଟର ଅମ୍ଳାନ ଅପରାଜିତା ମିଶ୍ର , ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଦୋଳ ଗୋବିନ୍ଦ ସାହୁ ଏବଂ ଅନୁଗୋଳ ସ୍ଵୟଂଶାସିତ ମହିବାଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ସାନ୍ତନୁ କୁମାର ସର ପ୍ରମୁଖ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥଲେ । ଏହାଛଡା ଏହି କାର୍ଯ୍ୟକ୍ରମରେ ଜିଲ୍ଲା , ଉପଖଣ୍ଡ ଓ ବ୍ଲକ ସ୍ତରୀୟ ବୁଥ୍ୟସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-20-scaled.jpg)

