କାଣ୍ଡସର ରେ ଓଡିଶା ପୁଷ୍ଟି ମହୋତ୍ସବ ଅନୁଷ୍ଠିତ


ଜେ ବି ଏନ, ୨୬/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମ ପଞ୍ଚାୟତରେ ଆଜି ଏକ ଓଡିଶା ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଥିଲା। ଓଡିଶା ଜୀବିକା ମିଶନ ଏବଂ ଅଜିମ ପ୍ରେମଜୀ ଫିଲାଣ୍ଠଫିକ ଇନିସିଏଟିଭର ମିଳିତ ସହଯୋଗରେ ୬୪୦ ଟି ଗ୍ରାମପଞ୍ଚାୟତ ଏବଂ ଓଡିଶା ଜୀବିକା ମିଶନର ଅନ୍ୟ ୪୨୦ ଟି ନୂଆ ପଞ୍ଚାୟତକୁ ଏହି ମହୋତ୍ସବରେ ସାମିଲ କରାଯିବ ନେଇ ସୂଚନା ଦେଇଛନ୍ତି। ଛିହ୍ନଟ ହୋଇଥିବା ଗ୍ରାମପଞ୍ଚାୟତରେ ଅନ୍ୟନ୍ୟ ୫ ଟି ଆଞ୍ଚଳିକ ମଞ୍ଚ ସ୍ତରରେ ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ମହିଳା ଏବଂ କିଶୋରୀ ମାନଙ୍କ ପୁଷ୍ଟିସାର ଖାଇବା ସହ ଦେହର କେଉଁ ଭଳି ଭାବେ ଯତ୍ନ ନେବା ସେହି ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଣ୍ଡସର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ମୁଦୁଲି, ସାମାନ୍ୟ ଅତିଥି ଭାବେ ଓଏଲଏମ ବି.ପି.ଏମ ଶ୍ରୀମତୀ ସୁନିତା ପାଲ, ୱାର୍ଡ ମେମ୍ବର ଶ୍ରୀମତୀ ଅଞ୍ଜଳି ମାହାଳିକ, ଏମବିକେ ଶ୍ରୀମତୀ ପଦ୍ମିନୀ ପ୍ରଧାନ, ବ୍ଯାଙ୍କମିତ୍ର ଶ୍ରୀମତୀ ସୁଜାତା ସିଂହ, ପିଓ ଶ୍ରୀମତୀ ଲିତାରାଣୀ ଗଡନାୟକ ଉପସ୍ଥିତରେ କାର୍ଯ୍ୟକ୍ରମ ଆରମ୍ବ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କିଶୋରୀ ବାଳିକା ୧୫ ଜଣ, ନବ ବିବାହିତ ୧୦ ଜଣ, ଗର୍ଭବତୀ ମହିଳା ୭ ଜଣ, ପ୍ରସ୍ତୁତି ମା ୧୦ ଜଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।




