ଅଙ୍ଗାରଗାଁ ରେ ଶ୍ରୀ ଶ୍ରୀ ବାବା ଅଗ୍ନିଶ୍ୱର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି

ଜେ ବି ଏନ, ବ୍ରହ୍ମପୁର ( ଟୁକୁନା ପ୍ରଧାନ, ୨୯.୦୧.୨୦୨୧) -: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ତ୍ରିମୁର୍ତ୍ତି ନଗର ଖେଳ ପଡିଆ ରେ ଶ୍ରୀ ଶ୍ରୀ ବାବା ଅଗ୍ନିଶ୍ୱର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଆଜି ଫାଇନାଲ ମ୍ୟାଚରେ ଭଗବାନ ସିକ୍ସ ଏବଂ କେ. ବରିଡ଼ା ଶ୍ରୀ ଅମରେଶ୍ଵର ଭଲି କ୍ଲବ ମଧ୍ଯ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଗବାନ ସିକ୍ସ ବିଜେତା ହୋଇଥିବା ବେଳେ କେ. ବରିଡ଼ା ଉପବିଜେତା ହୋଇଥିଲା । ଉଦଯାପନୀ ସମାରୋହ ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ ଯୁବ ଗୋଷ୍ଠୀ ଆଗେଇଆସିବା ଦରକାର ବୋଲି କହିଥିଲେ । ଏହା ସହିତ ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ବ୍ଲକ ଉପାଧ୍ୟକ୍ଷ ଭ୍ରମର ବର ଭୂୟାଁ, ଅଙ୍ଗାରଗାଁ ସରପଞ୍ଚ ସରୋଜ କୁମାର ସାହୁ, ତ୍ରିନାଥ ଭୂୟାଁ, କେ. ବରିଡା ସରପଞ୍ଚ ଚିତ୍ରସେନ ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା, ଅଭିମନ୍ୟୁ ଭୂୟାଁ, ବସନ୍ତ କୁମାର ଭୂୟାଁ, ବିଜୟ କୁମାର ନାୟକ, ଦନାର୍ଦନ ଆଚାରି, ପ୍ରମୁଖ ଯୋଗଦେଇ ବିଜେତାଙ୍କୁ ଓ ଉପବିଜେତାଙ୍କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ ଭଗବାନ ସିକ୍ସ ସହ କେ ବରିଡ଼ା ମଧ୍ୟରେ ହୋଇଥିଲା । ଭଗବାନ ସିକ୍ସ ୩-୧ ରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା ଏବଂ କେ ବରିଡ଼ା ରନର୍ସ ଅପ ହୋଇଥିଲା । ଆଜିର ଉତ୍ସବରେ କ୍ରୀଡା ଶିକ୍ଷକ ବିପ୍ର ଚରଣ ଜେନା, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମନାଭ ନାଇଡୁ, ଦନାର୍ଦନ ଆଚାରି ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଆୟୋଜକ କମିଟି ସଭାପତି ସନ୍ତୋଷ କୁମାର ସାହୁ, କ୍ରୀଡାବିତ୍ ତଥା ଶିକ୍ଷକ ବିପ୍ର ଚରଣ ଜେନା, ଅଶୋକ କୁମାର ଭୂୟାଁ, କୃଷ୍ଣ ଚନ୍ଦ୍ର ଡାକୁଆ, ଅଶୋକ କୁମାର ବିଶୋୟୀ, ଭାବଗ୍ରାହୀ ସୁମନ୍ତରାୟ, ପୂର୍ଣ୍ଣ ଚନ୍ଦ୍ର ସେଠୀ, ବୁଡୁ ସାହୁ, ରୂପକ କୁମାର ସାହୁ, ସାଗର କୁମାର ସାହୁ, ଚନ୍ଦନ କୁମାର ସାହୁ, ଦୀପକ କୁମାର ସାହୁ, ଟିଟୁ ସେଠୀ, ବାଲ୍ୟ ବେହେରା, ଟୁକୁନା ସାହୁ, କାଳିଆ ସାହୁ, ଗଣେଶ ସାହୁ, ରାଜ ସ୍ଵାଇଁ, ରାମ ଚନ୍ଦ୍ର ଜେନା, ତୁଷାର ଦାସ, ବିକାଶ ସେଠୀ ସମେତ ଅନ୍ୟାନ୍ୟ କ୍ରୀଡାବିତ୍ ଓ ଯୁବଗୋଷ୍ଠୀ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ଆଜିର ମ୍ୟାଚ୍ ଅକ୍ଷୟ କୁମାର ଡାକୁଆ ପରିଚାଳନା କରିଥିବା ନବକିଶୋର ସ୍ୱାଇଁ, ପ୍ରଦୀପ ବାବୁ ଭାଷ୍ୟକାର ଭାବେ କାର୍ଯ୍ୟ ତୁଲାଇ ଥିଲେ । ମଂଚ ପରିଚାଳନା ବିଭୂତି ପ୍ରଧାନ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଦର୍ଶକ ମାନେ ସମାଗମ ହୋଇଥିଲେ ।



