ରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅବସରରେ ସାଧୁବାଦ ଅର୍ପଣ

ଜେ ବି ଏନ, ୩୦/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଅଯୋଧ୍ୟାର ମାଟିରେ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମିରେ ହେବାକୁ ଥିବା ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସାରା ଭାରତ ବର୍ଷରେ ପ୍ରତ୍ୟେକ କୋଣ ଅନୁକୋଣରେ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଚାଲିଥିବାବେଳେ ଢେଙ୍କାନାଳ ବିଜେପି ତରଫରୁ ତା 30.01.2021ଦିନ ସ୍ଥାନୀୟ ଟାଉନ ହଲ ସାମ୍ନାରେ ଆୟୋଜିତ ନିଧି ସଂଗ୍ରହ କାର୍ଯ୍ୟକ୍ରମରେ ଉପସ୍ଥିତ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମ ଭାଇ,ବିଜେପି ନଗରମଣ୍ଡଳ ସଭାପତି ଟୁଟୁ ଭାଇ, ପୂର୍ବତନ ନଗରମଣ୍ଡଳ ଯୁବମୋର୍ଚ୍ଚା ସଭାପତି ବ୍ରହ୍ମ|ନନ୍ଦ ସାହୁ, ନଗରମଣ୍ଡଳ ଯୁବମୋର୍ଚ୍ଚା ଉପସଭାପତି ସନ୍ତୋଷ ମହାକୁଡ଼, ସାଧାରଣ ସମ୍ପାଦକ ସୁଚିତ୍ର ବେହେରା,ସମ୍ପାଦକ ଶିବୁନ ପୃଷ୍ଟି, କୋଦଣ୍ଡ ବେହେରା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଗଣ ଉପସ୍ଥିତ ରହି ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଗୁଣ୍ଡୁଚି ମୂଷା ସଦୃଶ ଭୂମିକା ଗ୍ରହଣ କରିଥିବାରୁ ଏକ କଟୋର ଶ୍ରୀରାମଭକ୍ତ ତରଫରୁ ହୃଦୟର ସହିତ ସାଧୁବାଦ ଜଣାଇଥିଲେ।




