ଜିଲ୍ଲା ସ୍ଵାସ୍ଥ୍ୟ ସମିତି ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

ଜେ ବି ଏନ, ୩୦/୦୧ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଆଜି ଅନୁଗୋଳ” ବିଜୁ ପଟ୍ଟନାୟକ ୟୁଥ୍ କ୍ଳବ୍” ରାଧାରମଣ ପଡା ଠାରେ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ବିଭାଗ ପକ୍ଷରୁ ଏକ ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁଜିତ୍ ପ୍ରସାଦ ଦ୍ବିବେଦୀ (ରାଜ୍ୟ ଯୁବ ଉପସଭାପତି, ବିଜୁ ଜନତା ଦଳ)ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଶିବିରର ଡାକ୍ତର ଶ୍ରୀଯୁକ୍ତ ସନାତନ ପଣ୍ଡା (ବରିଷ୍ଠ ଔଷଧ ବିଶେଷଜ୍ଞ)ଓ ଡାକ୍ତର ଶ୍ରୀଯୁକ୍ତ ନୀଳକଣ୍ଠ ସାହୁ (ବରିଷ୍ଠ ଶିଶୁ ବିଶେଷଜ୍ଞ )ଙ୍କ ଦ୍ଵାରା ରୋଗୀମାନଙ୍କୁ ଚିକିତ୍ସା କରାଯାଇ ଫାର୍ମାସିଷ୍ଟ ଶ୍ରୀଯୁକ୍ତ ବିବେକାନନ୍ଦ ନାୟକ ଓ ସାଥୀ ମାନଙ୍କ ଦ୍ଵାରା ବିଭିନ୍ନ ପରୀକ୍ଷା କରାଯିବା ସହିତ ମାଗଣାରେ ଔଷଧ ବିତରଣ କରାଯାଇଥିଲା।
ଏହି କାର୍ଯ୍ୟ କ୍ରମରେ ଯୁବ ନେତା ତଥା ସମାଜସେବୀ ତଥା ବିଜୁ ଯୁବ ବାହିନୀ ସଭାପତି ଅବିନାଶ ପରିଡ଼ାଙ୍କ ସମେତ ନିର୍ମଳା ମାଝୀ(ଏ.ଏନ୍.ଏମ),ମଞ୍ଜୁଶ୍ରୀ ସାହୁ ଓ ନର୍ମଦା ନାଏକ (ଅଙ୍ଗନୱାଡ଼ି କର୍ମୀ),କାନ୍ତିଲତା ମହରଥା (ଆଶା କର୍ମୀ) ଏବଂ କ୍ଳବ୍ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ। ରାଧାରମଣ ପଡାର ୧୫୦ ଜଣ ଲୋକ,କୁନି କୁନି ପିଲା ନିଜ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ନେଇଥିଲେ।



