Spread the love

ତାଳସର ଠାରେ ଏଲ୍ ଏନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ୍ , 

ଉଦଘାଟନୀ ମ୍ୟାଚରେ କୁମାରିପାରି ଦଳ ବିଜୟୀ 

 

 

ଜେ ବି ଏନ, ବ୍ରହ୍ମପୁର (୦୭. ୦୨. ୨୦୨୧, ରିପୋର୍ଟ, ଟୁକୁନା ପ୍ରଧାନ), : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ହାଇସ୍କୁଲ ପଡିଆ ଠାରେ ଆଜି ଶ୍ରୀ ଲକ୍ଷ୍ମୀ ନୃସିଂହ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ୍ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ କୁ ପୂର୍ବତନ ସମିତି ସଭ୍ୟ ତଥା କଂଗ୍ରେସ ନେତା ଭବାନୀ ପ୍ରସାଦ ଜେନା (ବୁଲା) ଉଦଘାଟନ୍ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଅକ୍ଷୟ କୁମାର ନାୟକ, ପ୍ରମୋଦ କୁମାର ଭୂୟାଁ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚରେ କୁମାରିପାରି ଦଳ ଓଡନଇ ଦଳକୁ ଭେଟିଥିଲା । କୁମାରିପାରି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୩ ୱିକେଟହରାଇ ୨୩୫ ରନ୍ ସଂଗ୍ରହ କରିଥିଲା । ଜବାବରେ ଓଡନଇ ଦଳ ବ୍ୟାଟିଂ କରି ୧୫ ଓଭରରେ ୮ ୱିକେଟ ହରାଇ ୧୨୦ ରନ ସଂଗ୍ରହ କରିବା ଯୋଗୁଁ କୁମାରିପାରି ଦଳ ବିଜୟୀ ହୋଇଥିଲା। ବିଜୟୀ ଦଳ ପକ୍ଷରୁ ସନତ କୁମାର ତାରିଣୀ ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ । ଆଜିର ମ୍ୟାଚକୁ ଗୌରବ କିଶୋର ରାୟ ଓ ହର ପ୍ରସାଦ ଜେନା ପରିଚାଳନା କରିଥିବା ବେଳେ କୃଷ୍ଣଚନ୍ଦ୍ର ଭୂୟାଁ ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିବା ର ସୂଚନା ମିଳିଛି ।