୮ ତାରିଖରୁ ୯ମ ଓ ୧୧ଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ

ଜେ ବି ଏନ, ୦୨/୦୨/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ଫେବୃଆରୀ ୮ ତାରିଖରୁ ୯ମ ଏବଂ ଏକାଦଶ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଠପଢ଼ା ଆରମ୍ଭ ହେବ । ସୋମବାର ଠାରୁ ଶନିବାର ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ ଏବଂ ରବିବାର ବନ୍ଦ ରହିବ । ପୂର୍ବ ନିର୍ଦ୍ଧାରିତ ସୂଚି ଅନୁସାରେ ୧୦ମ ଏବଂ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜାରି ରହିବ । ତେବେ ୧୦ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ହେବ ।



