କାର୍ଯ୍ୟରେ ଲାଗୁନି ରେଙ୍ଗାଳି ଦକ୍ଷିଣ କେନାଲ

ଜେ.ବି.ଏନ୍, ୦୩/୦୨ /୨୦୨୧, (ରିପୋର୍ଟ : ସୌମ୍ୟରଞଜନ ଶତପଥି), କଣିହାଁ : ସରକାର କୃଷିଭିତ୍ତିକ କାର୍ଯ୍ୟ ପାଇଁ ସମଲବ୍ୟାରେଜଠାରେ ବ୍ରାହ୍ମଣୀ ନଦୀରୁ କେନାଲ ତିଆରି କଲେ । କିନ୍ତୁ ବଡ଼ ଦୁଃଖର କଥା କିଛି ଅପାଠୁଆ ଅଫିସରଙ୍କ ପାଇଁ ନଦୀରୁ କେନାଲକୁ ପାଣି ଯିବ କଣ, କେନାଲରୁ ପାଣି କିନ୍ତୁ ନଦୀକୁ ଯାଉଛି । ବର୍ଷେ ତଳେ ଠିକାଦାରଙ୍କୁ ଖୁସ୍ କରିବା ଓ ଅଫିସରଙ୍କ ପକେଟ୍ ଗରମ ପାଇଁ କେନାଲର ପାଣି ପରି-କେନାଲକୁ ଛାଡ଼ିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଚାଲିଲା ଏକ ହୀନ ପ୍ରୟାସ କେନାଲ ମଝିରେ ବାଲିବସ୍ତାର ଏକ ବନ୍ଧ । ଯାହାକି ପୂରା ଫେଲ୍ ମାରିଲା । ସମଲବ୍ୟାରେଜଠାରେ ବାମ କେନାଲର ରକ୍ଷଣାବେକ୍ଷଣ ପାଇଁ କାର୍ଯ୍ୟାଳୟ ଅଛି କିନ୍ତୁ ଦକ୍ଷିଣ କେନାଲର କାର୍ଯ୍ୟାଳୟଟି ଢେଙ୍କାନାଳଠାରେ ଅବସ୍ଥିତ । ଯାହାକି ଏହି କେନାଲଟି ସମଲପଟରେ ତିଆରି ହୋଇଛି । ଆମ ଜମି, ଜଙ୍ଗଲ,ଜଳ ସବୁ ନେଲା କିନ୍ତୁ ଲୋକମାନେ ସାମାନ୍ୟ ଗାଧୋଇବା ପାଇଁ ପାଣି ପାଉନାହାନ୍ତି । ଏଥିପାଇଁ ଜନସଚେତନତା ଜରୁରୀ । ସମଲପଞ୍ଚାୟତବାସୀ ଚାହିଁଲେ ସବୁ ସମ୍ଭବ ହୋଇପାରିବ ।




