ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ


ଜେ. ବି. ଏନ୍ (୧୩ /୦୨ /୨୦୨୧, ରିପୋର୍ଟ, ସୁଶାନ୍ତ କୁମାର ସାମଲ ), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଶନିବାର ଦିନ ଦିବା ୨ ଘଟିକା ସମୟରେ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଗାୟତ୍ରୀ ପାତ୍ର ସ୍ଵାଗତ ଭାଷଣ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରିମତୀ ମୀନତି ଦେହୁରୀ ୧୦୦ ଦିନିଆ ପାଠ୍ଯ ଖସଡା, ପରୀକ୍ଷା ଦର୍ପଣ, କୋଭିଡ – ୧୯ ପରିପେକ୍ଷୀରେ ଜରୁରୀ ନିୟମାବଳୀ ଏବଂ ବିଦ୍ୟାଳୟର ସୁରକ୍ଷା ତାଲିକା ଏବଂ ବିଦ୍ୟାଳୟର ଉନ୍ନତି କରଣ ତାଲିକା ବିଷୟରେ ଆଲୋଚନା କରିଥିଲେ। ଛାତ୍ର ଛାତ୍ରୀ ମାନେ ଆତ୍ମ ବିଶ୍ବାସ ବୃଦ୍ଧି କରି ମାନସିକ ଚାପ ମୁକ୍ତ ହୋଇ ପାଠ ପଢିବା ପାଇଁ ପରାମର୍ଶ ଦେଇଥିଲେ।ଯୋଗଭ୍ୟାସ କରି ନିଜର ସ୍ଵରଣ ଶକ୍ତି ବୃଦ୍ଧି କରିବା ପାଇଁ ବୁଝେଇଥିଲେ। ପରୀକ୍ଷା ଦର୍ପଣ କୁ ଅଭ୍ୟାସ କଲେ ସୁନିଶ୍ଚିତ ଭଲ ଫଳ ମିଳିବ ବୋଲି ଗୁରୁତ୍ଵରୋପଣ କରିଥିଲେ।ବିଦ୍ୟାଳୟ ର SMC ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ପଣ୍ଡା ଅଧିକ ସଂଖ୍ୟକ ପିଲା ବିଦ୍ୟାଳୟକୁ ପ୍ରତ୍ୟେକ ଦିନ ଆସିବାକୁ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ମୁକ୍ତ ଦେଇପୁର CRCC ଶ୍ରୀମତି ସଂଯୁକ୍ତା ମିଶ୍ର ପ୍ରଥମେ ଗଣପତି ଙ୍କ ବନ୍ଦନା କରି ପିଲା ମାନଙ୍କୁ ପିତାମାତାଙ୍କ ହିସାବରେ କିଭଲି ପିଲା ମାନଙ୍କୁ ଗାଇଡ୍ କରିବେ ସେ ବିଷୟରେ ବୁଝାଇଥିଲେ। ସଭାର ମୁଖ୍ୟ ଅତିଥି DIET ର ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନଁଦ ମିଶ୍ର ଶିକ୍ଷାର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ର ଛାତ୍ରୀ ମାନଙ୍କ ବୈଦିକ ଉନ୍ନତି ପାଇଁ ସକାରାତ୍ମକ ଭାବନା ରଖି ଛାତ୍ର ଛାତ୍ରୀ ମାନେ ନିଜ ଲକ୍ଷ୍ୟ ସ୍ଥଳରେ କିପରି ପହଞ୍ଚିବେ ସେ ବିଷୟରେ ଅଭିଭାବକ ମାନଙ୍କୁ ବୁଝେଇ ଥିଲେ। ଅଭିଭାବକ ମାନେ ସରକାରଙ୍କ ସ୍କୁଲ୍ ଖୋଲିବା ନିଷ୍ପତ୍ତି କୁ ସ୍ଵାଗତ କରିଥିଲେ। ବିଦ୍ୟାଳୟ ରେ SOP ପାଳନ ହେଉଥିବାରୁ ସେମାନେ ଖୁସି ହୋଇଥିଲେ। ସରକାର ପରୀକ୍ଷା ଦର୍ପଣ ଯୋଗାଇଥିବା ରୁ ଅଭିଭାବକମାନେ ପିଲା ମାନେ ପରୀକ୍ଷାରେ ସଫଳତା ହାସଲ କରିବେ ବୋଲି ଆଶା ପୋଷଣ କରିଥିଲେ। ସଭାରେ ସମସ୍ତ ବିଷୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜ ନିଜ ବିଷୟରେ ପିଲାଙ୍କର ଦକ୍ଷତାକୁ ନେଇ ଆଲୋଚନା କରିଥିଲେ। ସର୍ବ ଶେଷରେ ଶ୍ରିମତୀ ସ୍ନେହଲତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।




