ରେଡକ୍ରସ ସ୍ବେଚ୍ଛାସେବୀ ପ୍ରଶିକ୍ଷଣ ଶିବିର ଉଦଯାପିତ

ଜେ. ବି. ଏନ୍ (୧୪ /୦୨ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ), ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ମହାତ୍ମା ଗାନ୍ଧୀ ଡିଗ୍ରୀ କଲେଜ ଠାରେ ୟୁଥ ରେଡକ୍ରସ ଆନୁକୂଲ୍ୟରେ ସ୍ବେଚ୍ଛାସେବୀ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । କଲେଜ ର ଅଧ୍ଯାକ୍ଷା କଳ୍ପନା ମିଶ୍ର ଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅମ୍ବାଭୋନା ଥାନା ଅଧିକାରୀ ଆଳୋକ ବେହେରା ମୁଖ୍ଯଅତିଥି,ଡୁଙ୍ଗୁରୀ କଲେଜ ର ଅଧ୍ଯାପକ ପ୍ରମୋଦ ସାହୁ, ଭୁକ୍ତା ର ଅଧ୍ଯାପକ ସୁରଜ କୁମାର ପଟେଲ,ପରମାନନ୍ଦ ରଥ ମିତ୍ର ଭାନୁ ସା ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ସଡକ ସୁରକ୍ଷା ଜୀବନ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ଛାତ୍ର ଦୀପକ କୁମାର ସା ଓ ଛାତ୍ରୀ ରଥନୀ ଭୋଇ ଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ର ସଂଯୋଜନା ଅଧ୍ଯାପକ ଶରତଚନ୍ଦ୍ର ଦେହେରୀ । ଉଦ୍ଦ୍ଯେଶ ଜ୍ଞାପନ ଅଧ୍ଯାପକ ଅନ୍ତର୍ଯ୍ୟାମୀ ସାହୁ। ଶେଷରେ ଅଧ୍ୟାପକ ଡଃ ଦୟାନିଧି ସା ଧନ୍ଯବାଦ ଅର୍ପଣ କରିଥିଲେ । ଶିବିର ରେ ଅଧ୍ଯାପକ ଅନୀଳ ଦେବତା ,ଅଧ୍ଯାପକ ଡଃ ବିକାଶ ଚନ୍ଦ୍ର ପ୍ରଧାନ,ରାଜେଶ ପଟେଲ,ମୋହନ ସିଦାର,ରାମଚନ୍ଦ୍ର ସା,ହରିହର ପଣ୍ତା ,ଚରଣ ବେହେରା,ସୁଶାନ୍ତ ପାତିକାର ଚଣ୍ତିରାମ ପଟେଲ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ ।



