କଳା ଦିବସ ପାଳନ : ଢେଙ୍କାନାଳ

ଜେ ବି ଏନ, ୧୪/୦୨ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଯେତେବେଳେ ସାରା ବିଶ୍ୱ ଭାଲେଣ୍ଟାଇନ ଡେ ପାଳନ କରୁଛି l ସେତିକିବେଳେ କିଛି ଯୁବଗୋଷ୍ଠୀ କଳା ଦିବସ ପାଳୁଛନ୍ତି l ସେମାନେ ହେଲେ ଢେଙ୍କାନାଳ ଜିଲ୍ଲାର ଥିବା ଷ୍ଟାଡିୟମ୍ ପିଲା, ସେମାନେ ଶୋକ ପ୍ରକାଶ କରିଛନ୍ତି l ଫୁଲବାମା ଜିଲ୍ଲାରେ ହୋଇଥିବା ୪୦ ଜଣ ସି ଆର୍ ପି ଏଫ୍ ଯବାନଙ୍କ ହୋଇଥିବା ହତ୍ୟାକାଣ୍ଡ, ସେମାନେ ଯାଉଥିବା ଗାଡିରେ ଏକ ଦୁର୍ବୁତ୍ତ ଆସି ୨୦୦ କିଲୋଗ୍ରାମର ଆର୍ ଡି ଏକ୍ସ ସଜିତ ଗାଡିରେ ଆସି ମାଡ ହୋଇଥିଲା l ଯାହା ଫଳରେ ଆମର ଯବାନ ମାନେ ସହିଦ୍ ହୋଇଥିଲେ l ଏହି ଅବସରରେ ସହିଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା l ଶୁଭମ ସ୍ଵାଇଁ, ମହେଶ, ଗୋପାଳ ବେହେରା, ଅନିଲ, ଅଶ୍ଵିନି, ମନୋରଞ୍ଜନ, ସୁନୀଲ, ଶୁଭେନ୍ଦୁ ସେନାପତି ପ୍ରମୁଖ ଏହି ଅବସରରେ ଏହି ସମୟରେ ଶୋକ ପ୍ରକାଶ କରିଛନ୍ତି l



