ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

ଜେ ବି ଏନ, ୧୫/୦୨ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ), ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ସୋନପୁର : ଓଡିଶା ରାଜ୍ୟ କଂଗ୍ରେସ ଦଳ ର ବନ୍ଦ ଡାକରା:ରାଜ୍ୟ କଂଗ୍ରେସ ର ବନ୍ଦ ଡାକରା ରେ ସୋନ ପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଦର ମହକୁମା ଠାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ର ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସର କାର ଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ସମସ୍ତ ରାସ୍ତା କୁ ଅବରୋଧ କରିବା ସହ ଦୋକାନ ବଜାର ସଂମ୍ପୁର୍ଣ ବନ୍ଦ କରିବା କୁ ଅନୁରୋଧ କରିଥିଲେ। ଆଜି ଦିବା ୭ଟା ଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିଥିବା ଦେଖିବାକୁ ମିଳିଥିଲା ! ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଗୌରୀ ଶ୍ୟାମ ପଣ୍ଡା , ଶ୍ରୀ ବିନୋଦ ପାତ୍ର, ସୁଧୀର ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, ରାଜେନ୍ଦ୍ର ମେହେର,ମହମ୍ମଦ ଇମ୍ରାନ, ବରୁଣ ସୁନା, ଚନ୍ଦ୍ରମଣି ତ୍ରିପାଠୀ, ରଞ୍ଜିତ ରାୟ ଆଦି ସକ୍ରିୟ କର୍ମୀ ଉପସ୍ଥିତ ରହି ପ୍ରତିବାଦ କରି ଥିଲେ।
ବାଇଟ – ଶ୍ରୀ ଗୌରୀ ଶ୍ୟାମ ପଣ୍ଡା ଜିଲ୍ଲା କଂଗ୍ରେସ ସଭାପତି



