ସୋମବାର ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ

ଜେ ବି ଏନ, ୧୬/୦୨/୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର: ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବ୍ୟାସନଗରର ଚୋରଦା ବାଇପାସ୍ ଛକରେ ସହରର ମୁଖ୍ୟରାସ୍ତାକୁ ଅବରୋଧ କରିବା ସହ ସୁକିନ୍ଦା ଛକ କଳିଙ୍ଗନଗର ଡୁବୁରି ଗୋଲେଇ ଛକ ଦାନଗଦି ମିଲିଟାରୀ ଛକ ସବୁ ମୁଖ୍ୟ ରାସ୍ତା ବନ୍ଦ କରିବା ସହିତ ଦୋକାନ ବଜାର ବନ୍ଦ କରାଯାଇଥିଲା । ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦପାଳନ ପାଳନ କରାଯାଉଛି। ବାରମ୍ବାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଦପ୍ତର,ବ୍ୟାଙ୍କ ଓ କଳକାରଖାନା ବନ୍ଦ ରଖିବା ସହିତ ଦୋକାନ ବଜାର ବନ୍ଦ କରାଯାଇଥିଲା । ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଥିଲା । ଜିଲ୍ଲା, ବ୍ୟାସନଗର, ଡୁବୁରୀ, ମିଲିଟାରୀ ଛକ, ସୁକିନ୍ଦା ପ୍ରଭୃତି ଅଞ୍ଚଳରେ ଦୋକାନ ବଜାର ରାସ୍ତାଘାଟ ବନ୍ଦ କରାଯାଇଥିଲା । ବନ୍ଦ ପାଳନ ଯୋଗୁଁ ବିଭିନ୍ନ ସ୍ଥାନରେ ଜନସାଧାରଣ ଯିବା ଆସିବା ତଥା ମେଡିକାଲ ଠାରୁ ଆରମ୍ଭ କରଯାତ୍ରି ଗାଡି ଗମନାଗମନ ବାଧାପ୍ରାପ୍ତ ହୋଇଥିଲା ।




