ବାବା ସାଧନାରତ ଅବସ୍ଥାରେ, ଫଟୋ ଦେଖି ଆଖାପାଖର ଲୋକେ ଆନନ୍ଦିତ

ଜେ ବି ଏନ, ୧୬/୦୨ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ବୌଦ୍ଧ : ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଳକର ଖଟଖଟିଆରେ ସିଦ୍ଧ ସାଧକ ବାବା କୁଶଳେଶ୍ଵରଙ୍କ ତପସ୍ୟାର ସାଧାନା ଫୋଟୋ ଗୁଡ଼ିକ ଦେଖି ଲୋକ ମାନଙ୍କ ମନରେ ଆନନ୍ଦ ସୃଷ୍ଟି ହେଉଥିବାର ଦେଖିବାକୁ ମିଳିଛି l ମିଳିଥିବା ଖବର ଅନୁଯାଇ ବାବା ମସାଣିରେ ରହି ଅକ୍ଳାନ୍ତ ପରିଶ୍ରମ କରି ଚାରି ଆଡ଼େ ଅଗ୍ନି ମୁଖାରଖି ଯୋଗ ସାଧନ କରୁଛନ୍ତି l ଏଣୁ ତାଙ୍କର ଅଳ୍ଳାନ୍ତ ପରିଶ୍ରମ ଯୋଗୁ ଏ ଅଞ୍ଚଳରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି l ସେ ଏକ ଘଣ୍ଟା ପର୍ଯ୍ୟନ୍ତ ରହୁଛନ୍ତି, ଏଣୁ ବାବାଙ୍କୁ ସବୁ ସ୍ଥାନ ମାନଙ୍କରେ ସ୍ଵାଗତ କରୁ ଥିବାର ଜଣାପଡିଛି l



