୪୯ ହଜାର ଟଙ୍କା ନେଇ ବାଳକ ନିଖୋଜ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର (୧୬/୦୨/୨୦୨୧)-:ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ସ୍ଥାନୀୟ ଭାଇଗାସାହିର ରବୀନ୍ଦ୍ର ନାଥ ସାହୁଙ୍କ ପୁଅ ମୁକେଶ ସାହୁ(୧୫) ଗତକାଲିଠାରୁ ନିଖୋଜ ହୋଇଯାଇଛନ୍ତି। ସେ ଘରୁ ୪୯୦୦୦/- ନେଇ କେଉଁଆଡ଼େ ଚାଲିଯାଇଛନ୍ତି। ବାପା ରବୀନ୍ଦ୍ର କୋଦଳା ଥାନାରେ ଏ ନେଇ ଅଭିଯୋଗ ଦେବା ପରେ କୋଦଳା ଥାନା କେଶ୍ ନମ୍ବର ୩୮/୨୦୨୧ ରେ ଏତଲାକୁ ପଞ୍ଜିକୃତ କରି ପୋଲିସ ତଦନ୍ତ କରୁଛି ।



