ଜୟ ଜଗନ୍ନାଥ ବ୍ଲକ ସଂକୀର୍ତ୍ତନ କଳା ପରିଷଦ ର ଚତୁର୍ଥ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ


ଜେ ବି ଏନ, ୧୬/୦୨ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ବରି ବ୍ଲକ ଅନ୍ତର୍ଗତ କୃଷ୍ଣନଗର ଗ୍ରାମ ର ହନୁମାନ ମନ୍ଦିର ପ୍ରାଙ୍ଗଣରେ ଜୟ ଜଗନ୍ନାଥ ବ୍ଲକ ସଂକୀର୍ତ୍ତନ କଳା ପରିଷଦ ର ଚତୁର୍ଥ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇ ଥିବା ଅତିଥି ମାନଙ୍କ ମଧ୍ୟରେ ବରି ର ବିଧାୟିକା ସୁନନ୍ଦା ଦାସ ଙ୍କ ସ୍ବାମୀ ତଥା ପୂର୍ବତନ ସରପଞ ଦେବେନ୍ଦ୍ର ଦାସ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନୀତ ଅତିଥି ଭାବରେ ସରପଞ୍ଚ ନୃସିଂହ ଚରଣ ସ୍ବାଇଁ, ବିଶିଷ୍ଟ ପ୍ରବଚକ ବିନୋଦ ଯେନା, ଡ଼ ଶୁକ୍ଳ , କୁଳମଣି ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବ ରେ ବରି ବ୍ଲକ ର ସମସ୍ତ ଅଞ୍ଚଳରେ ପଞ୍ଜିକୃତ ଓ ଅଣ ପଞ୍ଜିକୃତ କୀର୍ତ୍ତନ ମଣ୍ଡଳୀ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ଦେବେନ୍ଦ୍ର ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଜୟ ଜଗନ୍ନାଥ ବ୍ଲକ ସଂକୀର୍ତ୍ତନ କଳା ପରିଷଦ ନାମରେ ଘର କରିଦେବେ ଓ ବ୍ଲକ ର ସମସ୍ତ ସଂକୀର୍ତ୍ତନ ମଣ୍ଡଳୀ କୁ ତବଲା ବାଦକ ପ୍ରଦାନ କରିବାକୁ ସେ ବକ୍ତବ୍ୟରେ କହିଥିଲେ। ଅନୁଷ୍ଠାନ ର ସଭାପତି ଚକ୍ରଧର ସାମଲ ଓ ସମ୍ପାଦକ ନଟବର ମହାନ୍ତି ଏବଂ ଅନୁଷ୍ଠାନ ର ସମସ୍ତ ସଦସ୍ୟ ମାନେ ଯୋଗ ଦେଇ ଥୂଲେ ।



