କୋଦଳା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ


ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୧୭.୦୨.୨୦୨୧) -: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଓ ବେଗୁନିଆପଡା ଫାଣ୍ଡି ପକ୍ଷରୁ ଲୋକଙ୍କୁ ସଚେତନତା ସକାଶେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । କ୍ଷୁଦ୍ର ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ କୋଦଳା ସମେତ ବେଗୁନିଆପଡା ବଜାର ରେ ଏକ ରାଲି ପରିକ୍ରମା ହୋଇଥିଲା। ସଡ଼କ ସୁରକ୍ଷା ଜୀବନ ରକ୍ଷା,ଟ୍ରାଫିକ ପୋଲିସ ଆପଣଙ୍କ ବନ୍ଧୁ,୧୮ବର୍ଷ ରୁ କମ୍ ପିଲା ଗାଡି ଚଳାଇବା ଅପରାଧ,ଦ୍ରୁତ ଗତିରେ ଗାଡି ଚଲାନ୍ତୁ ନାହିଁ ସମେତ ବିଭିନ୍ନ ସଚେତନ ମୂଳକ ପ୍ଲାକାର୍ଡ ଧରି କଲେଜ ଛାତ୍ର ଛାତ୍ରୀ,କୋଦଳା ଥାନା ଓ ବେଗୁନିଆପଡା ଫାଣ୍ଡି ର ସମସ୍ତ ପୋଲିସ କର୍ମକର୍ତ୍ତା ଉକ୍ତ ରାଲିରେ ବାହାରିଥିଲେ। ଉକ୍ତ ସଚେତନତା ରାଲିରେ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଏସ୍ ଆଇ ଅନିଲ କୁମାର ସାହୁ ଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।




