ବାର୍ଷିକ ପୁରସ୍କାର ବିତରଣ ଓ ସମ୍ମାନ ସମାରୋହ

ଜେ. ବି. ଏନ୍ (୧୭/୦୨ /୨୦୨୧, ରିପୋର୍ଟ, ବିନୋଦ କୁମାର ନାୟକ ) ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଭୁକ୍ତା ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ଧ୍ରୁବ ଚରଣ ସା ଙ୍କ ଅଧ୍ୟକ୍ଷତା ରେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା କର୍ମଚାରୀ ଙ୍କ ଉପସ୍ଥିତି ରେ ବାର୍ଷିକ ପୁରସ୍କାର ବିତରଣ ଓ ସମ୍ମାନ ସମାରୋହ ସଭା ଅନୁଷ୍ଠିତ ହୋଇଛି।ଏହି ଅବସରରେ ସାଧାରଣ ତନ୍ତ୍ର ଦିବସ ଉପଳେକ୍ଷ ହୋଇ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ବିଜେତା ମାନଙ୍କୁ ପୁରସ୍କୃତ କରିବା ସହ ଗତ ବର୍ଷ ବାର୍ଷିକ ପରୀକ୍ଷା ରେ ଟପ୍ପର ହୋଇଥିବା କଳା ବିଭାଗ ର ଶେଫାଳୀ ସାହୁ ଏବଂ ବିଜ୍ଞାନ ରେ ପରକ୍ଷିତ ସିଂହ ନାମକ ଦୁଇ ମେଧାବୀ ଛାତ୍ରୀ ଛାତ୍ର ଙ୍କୁ ବେଷ୍ଟ ଷ୍ଟୁଡେଣ୍ଟ୍ ଆୱାର୍ଡ ରେ ସମ୍ମାନିତ କରାଯାଇଥିଲା।ପରେ ମହାବିଦ୍ୟାଳୟ ଏକ ବିଶିଷ୍ଟ ସମ୍ମାନ ଗୁରୋଲାଲ୍ ମେମୋରିଆଲ ଆୱାର୍ଡ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମେଧାବୀ ଛାତ୍ରୀ ମମତା ପଟେଲ ଙ୍କୁ ଏକ ପ୍ରମାଣ ପତ୍ର ସହ କିଛି ଧନ ରାଶି ପ୍ରଧାନ କରାଯାଇଥିଲା। ମହାବିଦ୍ୟାଳୟ ପ୍ରାଧ୍ୟାପକ ଡ଼ ରାଧାକୃଷ୍ଣ ବିଶ୍ଵକର୍ମା,ରାଜକିଶୋର ପ୍ରଧାନ ନିଜର ବକ୍ତବ୍ୟ ରଖିଥିଲେ।ଏକ ଅନୁଷ୍ଠିତ ସଭା କୁ ଅଧ୍ୟାପକ ଜଗଦୀଶ ନାୟକ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପ୍ରଶାନ୍ତ ସାହୁ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।



