ଦୁଇ ବଖରା ଜଳିଗଲା , ଗାଁକୁ ରାସ୍ତା ନଥିବାରୁ ଫେରିଗଲା ଦମକଳ

ଜେ ବି ଏନ୍,୧୮/୦୨/୨୦୨୧,(ରିପୋର୍ଟ ସୁବ୍ରତ ସାମଲ)ଅନୁଗୋଳ: ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ବଲାସିଙ୍ଗା ପଞାୟତ ତାଳସାହି ଗାଁରେ ଶନ୍ତୁ ନାଏକଙ୍କ ଆଜି ଦ୍ବିପ୍ରହରେ ୨ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଘର ପୋଡି ଯାଉଥିବା ବେଳେ ନିଆଁ ଲିଭାଇବାକୁ ଆସିଥିବା ଦମକଳ ଗାଡି ଗାଁକୁ ରାସ୍ତା ନଥିବାରୁ ଅଧା ବାଟରେ ଛିଡା ହୋଇ ଶେଷରେ ଫେରିଯାଇଥିଲା । ଗାଁର ପୁରୁଷ ଏବଂ ମହିଳା ମାନଙ୍କ ଦ୍ବାରା ଗରା , ବାଲଟିରେ ପାଣି ବୋହି ନିଆଁକୁ ଆୟତ କରାଯାଇଥିଲା । ଘରେ ଥିବା ସମସ୍ତ ଆସବାସ ପତ୍ର ସହ ଧାନ ଋଉଳ , ଲୁଗାପଟା ଆଦି ପାଖାପାଖ ୧ ଲକ୍ଷ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଥିଲା । ଦମକଳ ବାହିନୀ କର୍ମକ୍ତରୀ ମାନେ କେବଳ ଘଟଣା ସ୍ଥଳକୁ ପାଦରେ ଚାଲି ଚାଲି ଯାଇଥିବା ଦେଖାଯାଇଥିଲା । ଅନୁଗୋଳ ସହର ଠାରୁ ମାତ୍ର ୧୨ କିମି ଦୂରରେ ଥିବା ତାଳସାହି ଗାଁର ରାସ୍ତା ଅବସ୍ଥା ଦେଖ୍ ଆଜି ସହଜରେ ଅନୁମାନ ହେଉଛି । ସରକାରଙ୍କ ଆମ ଗାଁ ଆମ ବିକାଶ ସ୍ଲୋଗାନ୍। କେବଳ କାଗଜ କଲମରେ ଏହି ସ୍ଲୋଗାନ ଋଲିଛି ବୋଲି ସହଜରେ ଯେ କେହି ଅନୁମାନ କରିହେବ । ସ୍ବାଧିନତାର ୭୩ ବର୍ଷ ପରେ ବି ଅନୁଗୋଳ ଭଳି ଏକ ଶିଳ୍ପଞଳ ଜିଲ୍ଲାରେ ଥିବା ଗାଁର ଅବସ୍ଥା ଯେ କେତେ ଦୟନିୟ ତାହା ସହଜରେ ଅନୁମାନ କରିହେଉଥିବା ବେଳେ ଆମ ସରକାର ଏବଂ ପ୍ରଶାସନର ନିଦ କେବେ ଭାଙ୍ଗିବା ତାହା ଦେବାକୁ ବାକି ରହିଲା । ଏ ପର୍ଯ୍ୟନ୍ତ କୌଣସି ସରକାରୀ କର୍ମଚାରୀ ଘଟଣା ସ୍ଥଳକୁ ପହଁଚି ନଥିବା ବେଳେ ଶନ୍ତୁ ନାଏକଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-2-scaled.jpg)

