କରୋନା ଟୀକା ନେଇ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ

ଜେ ବି ଏନ, ୧୮/୦୨ /୨୦୨୧, (ରିପୋର୍ଟ, ମଦନ ସାହୁ), ନାଲକୋ/ଅନୁଗୋଳ :ଅନୁଗୋଳ ଜିଲ୍ଲା ନାଲକୋ ଥାନ ଅନ୍ତର୍ଗତ ନାଲକୋ ଡାକ୍ତରଖାନାରେ ଗତକାଲି ଜଣେ ସଫାଇ କର୍ମଚାରୀ ଙ୍କ ମୃତଦେହ ରଖି ପରିବାର ଲୋକେ ପ୍ରତିବାଦ କରିଥିଲେ। କୋଭିଡ଼ ଟୀକା ଯୋଗୁଁ ତାଙ୍କ ର ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ କ୍ଷତିପୂରଣ ଦାବି କାରୀଥିଲେ ସୂଚନା ଅନୁସାରେ କୁରୁଡୁଲୁ ଗାଁ ର ଶକୁନ୍ତଳା ଗୋଛୟତ (ବୟସ ୫୨) ନାଲକୋ ଡାକ୍ତରଖାନାରେ ସଫେଇ କର୍ମଚାରୀ ଭାବେ କାମ କରୁଥିବା। ବେଳେ ଚଳିତ ମାସ (୩ ) ତାରିଖ ଦିନି ନାଲକୋ ଡାକ୍ତରଖାନାରେ ସେ କରୋନା ଟୀକା ନେଇଥିଲେ। ଟୀକା ନେବା ପରେ ଶକୁନ୍ତଳା ଅସୁସ୍ଥ ଅନୁଭବ କାରିବାରୁ ଶକୁନ୍ତଳା ତାଙ୍କ ପରିବାର ଲୋକେ ନାଲକୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତରଖାନା କତ୍ତୃପକ୍ଷ ସ୍ଥାନୀୟ ନର୍ସିଂହୋମ ଙ୍କୁ ପଟାଇ ଦେଇଥିଲେ। ଶକୁନ୍ତଳାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶକୁନ୍ତଳା ମୃତ୍ୟୁ ହୋଇଥିଲା। ଏହା ପରେ ଶକୁନ୍ତଳା ଙ୍କ ସ୍ୱାମୀ ଦଣ୍ତଧର ଗୋଛୟତ ଓ ପରିବାର ଲୋକେ ନାଲକୋ ଡାକ୍ତରଖାନାରେ କଜୁଆଲଟି ସମ୍ମୁଖରେ ଶକୁନ୍ତଳା ଙ୍କ ମୃତଦେହ ରଖି କ୍ଷେତୀପୂରଣ ଦାବି କରିଥିଲେ।ଦଣ୍ତଧର କହିବା ଅନୁଯାୟୀ ଶକୁନ୍ତଳା ଦୀର୍ଘ ବର୍ଷ ଧରି ନାଲକୋ ଡାକ୍ତରଖାନାରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥେଲ। ଖବର ପାଇ ଘଟଣା ସ୍ଥଳରେ ନାଲକୋ ପୁଲିସ ପହଞ୍ଚି ଶକୁନ୍ତଳାଙ୍କ ପରିବାର କୁ ବୁଝାସୁଝା କରିଥିଲେ। ପରେ ନାଲକୋ ପ୍ରଶାସନ ସିପିପି ଡିଜିଏମ୍ ସୁନୀଲ ମହାପାତ୍ର,ନାଲକୋ ଶ୍ରମିକ ସଭାପତି ବାବୁଲି ସେଠୀ, ନାଲକୋ ନିର୍ମାଣ ମଜୁଦୁର ଉପସଭାପତି ପ୍ରସନ୍ନ ମହାନ୍ତି, ଉପସ୍ଥିତ ରେ ୫୦ହଜାର ଟଙ୍କା କ୍ଷତିପୂରଣ ସାଙ୍ଗକୁ ପରିବାର ର ଜଣଙ୍କୁ ଠିକା ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେବା ପରେ ୮ ସମୟରେ ମୃତ ଦେହ ଉଠିଥିଲା।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)