ପୂର୍ବ ଶତୃତା କୁ କେନ୍ଦ୍ର କରି ଅଟୋ ଚାଳକଙ୍କ ଉପରେ ଆକ୍ରମଣ।

ଜେ ବି ଏନ, ୧୮/୦୨ /୨୦୨୧, (ରିପୋର୍ଟ ମଦନ ସାହୁ), ଅନୁଗୋଳ ::ଅନୁଗୁଳ ଜିଲ୍ଲା ତାଳଚେର ସଦର ଥାନା ଅନ୍ତର୍ଗତ ଲିଙ୍ଗରାଜ ରୋଡ ନିକଟରେ ଜଣେ ଅଟୋ ଚାଳକ ଙ୍କ ଉପରେ ଆକ୍ରମଣ। ଅଟୋ ଚାଳକ ଙ୍କ ଜଣଙ୍କ ହେଉଛନ୍ତି ତାଳଚେର ସଦର ଥାନା ଅନ୍ତର୍ଗତ ସଇନାଳି ଗ୍ରାମର ରବି ପ୍ରଧାନ।ମିଳିଥିବା ସୂଚନା ମୁତାବକ ମୁତାବକ ଦୃର୍ବୁତ ମାନେ ତାଙ୍କ ଉପରେ ଆକ୍ରମଣ କରି ତାଙ୍କ ଅଟୋ କୁ ଭାଙ୍ଗିବା ସହ ତାଙ୍କଠାରୁ ନଗଦ କିଛି ଟଙ୍କା ସହ ମୋବାଇଲ ଛଡାଇ ନେଇଛନ୍ତି। ଅଟୋ ଚାଳକଙ୍କ କହିବା ଅନୁସାରେ ସେ କୁକୁଡା ବ୍ୟବସାୟ କରନ୍ତି ଏବଂ ତାଙ୍କ ଝିଅ ବାହାଘର ଆଗକୁ ଥିବା ବେଳେ, ସେ ଆଜି ସକାଳୁ କୁକୁଡା ବ୍ୟବସାୟ ର ପଇସା ସୁଝିବା ସହ ଝିଅ ବାହାଘର ର ଜିନିଷ କିଣିବାକୁ ସକାଳୁ ଅଟୋ ନେଇ ଯାଉଥିଲେ। ଏହି ସମୟର ସୁଯୋଗ ଉଠାଇ ଦୃ୍ର୍ବୃତମାନେ ତାଙ୍କୁ ତାଳଚେର ସ୍ଥିତ ଲିଙ୍ଗରାଜ ରୋଡ ନିକଟରେ ଆତର୍କିତ ଆକ୍ରମଣ କରି ତାଙ୍କ ପାଖରେ ଥିବା ପଇସାପତ୍ର, ମୋବାଇଲ ନେବା ସହ ତାଙ୍କ ମୁଣ୍ଡ କୁ ଫଟାଇ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଛାଡି ଦେଇ ଦୁର୍ବୃତ୍ତ ମାନେ ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତା ରେ ଅଟୋ ଚାଳକ ଙ୍କୁ ମଣ୍ଡାପାଳ ଉପଖଣ୍ଡ ଚିକିତ୍ସାଳୟ କୁ ନିଆ ଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିବା ସହ ପୂର୍ବ ଶତୃତା କୁ କେନ୍ଦ୍ର କରି ଏପରି ଘଟଣା ଘଟିଅଛି ବୋଲି ସୂଚନା ମିଳିଛି।




