ବେଆଇନ୍ ଗୋରୁ ଚାଲାଣ ରୋକିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଜେ ବି ଏନ, ୧୯/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ରାଜ୍ୟରେ ବେଆଇନ ଭାବେ ହେଉଛି ଗୋରୁ ଚାଲାଣ l ତେବେ ଏ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ ପଦକ୍ଷେପ ଗ୍ରହଣ କରିବାକୁ ଅଣ୍ଟା ଭିଡିଛନ୍ତି l ବେଆଇନ୍ ଗୋରୁ ଚାଲାଣ ରୋକିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ପ୍ରତାପ ଷଡଙ୍ଗୀ l କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଓଡିଶା ପୋଲିସ ଡିଜି ତଥା ଜିଲ୍ଲା ପ୍ରଶାସନକୁ ରାଜ୍ୟରେ ବେଆଇନ ଗୋରୁ ଚାଲାଣ ଉପରେ ନଜର ରଖିବା ଓ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।



