ଟୋକନ ପାଇବା ପରେ ଧାନ କ୍ରୟ ବନ୍ଦ ହେବା ଅଭିଯୋଗରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଚାଷୀ
ଜେ ବି ଏନ, ୨୨/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ତଳମୂଳ ଗ୍ରାମ ପଞ୍ଚାୟତ ର ସମବାୟ ସମିତି ଅଧୀନସ୍ଥ ଚାଷୀ ମାନଙ୍କର ୧୦ ଏକର ରୁ ଉର୍ଦ୍ଧ ଜମିରେ ଚାଷ କରୁଥିବା ଚାଷୀ ମାନଙ୍କର ଫେବୃଆରୀ ମାସ 5 ତାରିଖ ପର ଠାରୁ ଟୁକନ ପ୍ରଦାନ କରାଗଲା। କିନ୍ତୁ ଟୁକନ ପାଇବା ପରଠାରୁ ସମବାୟ ସମିତି ର ଟାର୍ଗେଟ ସରିଯାଇ ଥିବା ଦର୍ଶାଇ ଧାନ କ୍ରୟ ବନ୍ଦ କରି ଦେଇଥିବାରୁ ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି ଚାଷୀ।




