କବିସୂର୍ଯ୍ୟନଗର ଓକିଲ ସଂଘ ବୈଠକରେ ଯୋଗଦେଲେ ବିଧାୟିକା
ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ), ବ୍ରହ୍ମପୁର (୨୫.୦୨.୨୦୨୧) -: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବାର୍ ଆସୋସିଏସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଙ୍କୁ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରିତ କରାଯାଇଥିଲା । ଓକିଲ ସଙ୍ଘ ର ସଭାପତି ଦୁଷ୍ମନ୍ତ ଜେନା ଙ୍କ ସଭପତିତ୍ବ ରେ ଆଜିର ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାବୀ ରଖିଥିଲେ ଯେପରିକି ପୂର୍ବତନ କବିସୂର୍ଯ୍ୟ ନଗର ବିଧାୟକ,ସାଂସଦ ନିତ୍ୟାନନ୍ଦ ପ୍ରଧାନ ଙ୍କ ନାମରେ ଲାଇବ୍ରେରୀ ,ସବ୍ ଜର୍ଜ ଭଳି ଦାବୀ ପୂରଣ କରିବା ପାଇଁ ବିଧାୟିକା ଙ୍କୁ ଜଣାଇଥିଲେ ଓକିଲ ସଂଘ,ଆଉ ଏହି ସବୁ ଦାବୀ କୁ ଯଥାଶୀଘ୍ର ପୂରଣ କରିବେ ବୋଲି ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ କହିଛନ୍ତି। ଆଜିର ଏହି ବୈଠକରେ ଓକିଲ ସଙ୍ଘ ର ସଂପାଦକ ସୁକୁମାର ମାଝୀ,ବରିଷ୍ଠ ଆଇନଜୀବୀ ସୁର୍ଯ୍ୟ ନାରାୟଣ ପାଣି,ଭଗବାନ ସ୍ୱାଇଁ, କରୁଣା ଖଟେଇ, ସରୋଜ ପ୍ରଧାନ, ମୁରଲୀଧର ପାଣିଗ୍ରାହୀ, ଅଶୋକ ମହାରଣା,ସହ ଓକିଲ ସଂଘର ପୂର୍ବତନ ସଭାପତି ଲାଲବାହାଦୁର ର ପଟ୍ଟନାୟକ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।




