ବଅଁରପାଳ ଭାରତ୍ ବନ୍ଦ ର ପ୍ରଭାବ

ଜେ. ବି. ଏନ୍ (୨୬/୦୨ /୨୦୨୧, ରିପୋର୍ଟ, ସୁଶାନ୍ତ କୁମାର ସାମଲ) ବଅଁରପାଳ :ଅନୁଗୁଳ :ବଅଁରପାଳ ବ୍ଲକ ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ର ଆହ୍ଵାନ କ୍ରମେ ଦିଆଯାଇଥିବା ଭାରତ୍ ବନ୍ଦ ଡାକରା ବଅଁରପାଳ ରେ ଶତ ପ୍ରତିଶତ ସଫଳ ହୋଇଛି। ଆଜି ସକାଳୁ କୌଣସି ଭି ବ୍ୟବସାୟୀ ଦୋକାନୀ ଖୋଲି ନ ଥିଲେ। ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ୍ ଆଜି ଯାତରୀତି ଚାଲିଥିଲେ ସୁଦ୍ଧା ଲୋକ ଗହଳି ଦେଖିବାକୁ ମିଳି ନ ଥିଲା। ଭାରତ୍ ବନ୍ଦ ର ବ୍ୟାପକ ପ୍ରଚାର ହେବାରୁ ବାହାରକୁ କୌଣସି ଲୋକ ଆସି ନ ଥିଲେ। ଶିକ୍ଷାନୁଷ୍ଠାନରେ ଉପସ୍ଥାନ କମ୍ ଥିଲା। ବଅଁରପାଳ ରେ ଥିବା ସର୍ବ ମୋଟ ୧୩ (ତେର) ଟି ବଜାରରେ ଔଷଧ ଦୋକାନ କୁ ଛାଡି ସମସ୍ତ ଦୋକାନ ବନ୍ଦ ଥିଲା।



