ଭଟଲି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜୟନ୍ତୀ ସମାରୋହ

ଜେ. ବି. ଏନ୍ (୦୫/୦୩ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ, ଅମ୍ବାଭୋନା : ବରଗଡ ଜିଲ୍ଲା ଅମ୍ବାଭୋନା ଠାରେ ଭଟଲି ନିର୍ବାଚନ ମଣ୍ଡଳୀ ସ୍ତରୀୟ ସୋହେଲା,ଭଟଲି,ଅମ୍ବାଭୋନା ବ୍ଳକ କୁ ନେଇ ପ୍ରବାଦ ପୁରୁଷ ତଥା ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକ ଙ୍କ ୧୦୫ତମ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଥିଲା । ବରିଷ୍ଠ ବିଜେଡି ନେତା ନିତ୍ଯାନନ୍ଦ ପଧାନ ଙ୍କ ସଭାତିତ୍ବ ରେ ଶ୍ରମ ଓ ଗ୍ରାମ୍ଯ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ଯଅତିଥି ଅତିଥି ଭାବେ ଯୋଗ ଦେଇ ବିଜୁ ପଟ୍ଟନାୟକ ଙ୍କ ସାହସିକତା ଓ ଭଟଲି ନିର୍ବାଚନ ମଣ୍ଡଳୀର ରାଜନୀତି ଓ ଉନ୍ନୟନ କାମ ସଂପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ କୀର୍ତ୍ତି ଚନ୍ଦ୍ର ଦୁଆନ, ଏଡଭୋକେଟ ଅଶୋକ କୁମାର ବାରିକ,ଦୟାନିଧି ପଟେଲ,ରବିପଧାନ, ଯୁବ ବିଜୁ ଜନତା ଦଳ ର ବରଗଡ ଜିଲ୍ଲା ସଭାପତି ପ୍ରଦ୍ଯୁହ୍ନ କୁମାର ତ୍ରିପାଠୀ,ଅମ୍ବାଭୋନା ବ୍ଳକ ଅଧ୍ଯାକ୍ଷା ନୀଳକୁମାରୀ ନାୟକ,ବଜେଡି ଭଟଲି ସଭାପତି ଗୋବିନ୍ଦ ପଧାନ,ସନ୍ତୋଷ ସେଠ,ପୂର୍ବତନ ସରପଞ୍ଚ ହୀରାଧର ସାହୁ ପ୍ରମୁଖ ବିଜୁ ପଟ୍ଟନାୟକ ଙ୍କ ଜୀବନୀ ସଂପର୍କରେ ସ୍ମତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହି ସମାରୋହରେ ସୋହେଲା ଜିଲ୍ଲା ପରିଷଦ ସୁବ୍ରତ ବେହେରା,ଅମ୍ବାଭୋନା ଜିଲ୍ଲା ପରିଷଦ ସାର ପଧାନ, ଭଟଲି ଜିଲ୍ଲା ପରିଷଦ ନିତ୍ଯାନନ୍ଦ ପଧାନ , ସୋହେଲା ବ୍ଳକ ଅଧ୍ଯାକ୍ଷ ଜୀବର୍ଦ୍ଦନ ବରିହା,ରବି ପଧାନ,ଉପେନ୍ଦ୍ର ପଧାନ ପ୍ରମୁଖ ଯୋଗଦେଇ ଥିଲେ । ଅମ୍ବାଭୋନା ବ୍ଳକ ର ବିଜୁ ଜନତା ଦଳ ବରିଷ୍ଠ ନେତା ଗୌରାଙ୍ଗ ପଧାନ ଗୌରୀଶଂଖର ଅଗ୍ରଔଳ ,ତିଳକ ବୁଧିଆ,ସତ୍ଯନାରାଣ ଗରିଆ,ଦୁଲ୍ଳଭ ବେହେରା,ପ୍ରମୋଦ ପାତ୍ର,ମଥୁନ ମହାନନ୍ଦ,ଭୌନାତୋରା ସରପଞ୍ଚ ଗୌତମ ଦେହେରୀ, ତିଳକ ବୁଧିଆ,କଣ୍ତପଲା ସରପଞ୍ଚ ଡୋଲାମଣି ପଟେଲ,ରୁଚିଦା ସରପଞ୍ଚ ରଞ୍ଜିତ ଭୋଇ,ସମିତି ସଭ୍ୟ ରବି ଶଂଖ ପ୍ରଧାନ,ପ୍ରେମକିଶୋର ପଟେଲ,ମଣ୍ଟୁ ବଢେଇ,ବିଷ୍ଣୁ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ସଭା ପରିଚାଳନା ପଞ୍ଚାନନ ପୁରୋହିତ,ପ୍ରାରମ୍ଭ ରେ ପ୍ରବାହ ପୁରୁଷ ବିଜୁ ପଟ୍ଟନାୟକ ଫଟୋ ଚିତ୍ର ରେ ଦୀପ ପ୍ରଜ୍ବୁଳନ ସହିତ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ଉଦଘାଟନୀ ସଂଗୀତ ବନ୍ଦେ ଉତ୍କଳ ଜନନୀ କରି କାର୍ଯ୍ଯକ୍ରମ ଆରମ୍ଭ କରାଯାଇଥିଲା । ଶେଷରେ ଅମ୍ବାଭୋନା ବ୍ଳକ ବିଜୁ ଜନତା ଦଳ ର ବ୍ଳକ ସଭାପତି ରଘୁନାଥ ପଟେଲ ସମସ୍ତ କୁ ଧନ୍ଯବାଦ ଅର୍ପଣ କରିଥିଲେ ।

ସେହିପରି ଅମ୍ବାଭୋନା ବ୍ଳକ କାର୍ଯ୍ଯଳୟ ପ୍ରକାଶପୁର ଠାରେ ବିଡିଓ ଆଳଫାନ୍ସ ବିଲୁଙ୍ଗ ସଭାପତିତ୍ବରେ ରେ ବିଜୁ ଜୟନ୍ତୀ ପାଳନ କରାଯାଇଛି । ଏଥିରେ ଅମ୍ବାଭୋନା ବ୍ଳକ ଅଧ୍ଯାକ୍ଷା ନୀଳକୁମାରୀ ନାୟକ ମୁଖ୍ଯଅତିଥି ଭାବେ ଯୋଗଦେଇ ଥିଲେ ଏବଂ ସମ୍ମାନିତ ଅତିଥି ଭାବେ ବ୍ଳକ ଉପାଧ୍ଯକ୍ଷ ଠାକୁରରାମ ପଟେଲ,ଜିପିଓ ବିଦ୍ଯାଧର ବଡପଣ୍ଡା,ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଥିଲେ । ଏହି ଅବସରରେ କୃଷି ବିଭାଗ କର୍ମଚାରୀ ପ୍ରଫୁଲ୍ଲ ପଧାନ,ଡବ୍ଲୁଓ ଭୋଳାନାଥ ମହାପାତ୍ର ପ୍ରମୁଖ ଭୂମି ପୁତ୍ର ବିଜୁ ପଟ୍ଟନାୟକ ଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ । ସଭା ପରିଚାଳନା ପିଓ ମହିମା ସାହୁ । ଶେଷରେ ମୁଖ୍ୟ କିରାଣୀ ସୁଶାନ୍ତ ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ ।




