ବିଷାକ୍ତ ମଦ ମୃତ୍ୟୁ ମାମଲାରେ ୯ ଜଣଙ୍କୁ ଫାଶୀ ଓ ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଜେ ବି ଏନ, ୦୬/୦୩ /୨୦୨୧, ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଗୋପାଳଗଞ୍ଜ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ୧୩ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଘଟଣାର ମୁଖ୍ୟ କୁହାଯାଉଥିବା ୯ ଜଣଙ୍କୁ ଫାଶୀ ଦଣ୍ଡ ମିଳିଥିବା ବେଳେ ଆଉ ୪ ଜଣ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ସ୍ବତନ୍ତ୍ର ଅବକାରୀ କୋର୍ଟ ମାମଲାର ଶୁଣାଣି କରି ଏଭଳି ଦଣ୍ଡାଦେଶ ଦେଇଛନ୍ତି । ଆଜୀବନ ଜେଲଦଣ୍ଡ ପାଇ ଥିବା ୪ ଅଭିଯୁକ୍ତ ହେଲେ ମହିଳା । କୋର୍ଟ ସେମାନଙ୍କୁ ଫାଶୀ ଦଣ୍ଡ ଦେଇ ନଥିଲେ ହେଁ ଆଜୀବନ ଜେଲ୍ ସହ ୧୦ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦାଖଲ କରିବାକୁ କହିଛନ୍ତି । ସମସ୍ତ ୧୩ ଜଣ ଯାକ ବିଷାକ୍ତ ମଦ ବିକ୍ରି କାରବାରରେ ସାମିଲ ଥିଲେ । ସେମାନଙ୍କୁ କୋର୍ଟ ଫେବୃଆରୀ ୨୬ରେ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ସମସ୍ତଙ୍କର ଦଣ୍ଡବିଧାନ ସମ୍ପର୍କରେ ଘୋଷଣା କରାଯାଇଛି l



