ଚିଙ୍ଗୁଡ଼ିଖୋଲରେ ମଶାରୀ ବଣ୍ଟନ

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର (୨୦.୦୩.୨୦୨୧)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିଖୋଲ ଗ୍ରାମରେ ଆଜି ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରାମର ସମସ୍ତ ପରିବାରକୁ ପ୍ରାୟ ଦୁଇ ଦିନ ଧରି ଏହି ମଶାରୀ ବଣ୍ଟନ କରାଯିବ । ଏହି କାର୍ଯ୍ୟକ୍ରମରେ ଏଏନଏମ୍ ସିନେମା ନାଥ, ଅଙ୍ଗନୱାଡ଼ି କୁନିମଣି ପଣ୍ଡା, ଛବି ମହାରଣା ,ସରପଞ୍ଚ ଙ୍କ ପ୍ରତିନିଧି ଭାସ୍କର ଦାସ, ଆଶା, ଅଙ୍ଗନୱାଡ଼ି ସହାୟିକାଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ବ୍ଲକ ର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହେବ ବୋଲି ସୁଚନା ମିଳିଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


