କବିସୂର୍ଯ୍ଯନଗର ଠାରେ ମହାକାଳେଶ୍ଵର ଓ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭ ଖୁଣ୍ଟ ସ୍ଥାପନ

ବ୍ରହ୍ମପୁର, ରିପୋର୍ଟ, ଟୁକୁନା ପ୍ରଧାନ, ( ୦୪.୦୪.୨୦୨୧) -: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ଗାୟତ୍ରୀ ପରିବାର ପକ୍ଷରୁ ଗାୟତ୍ରୀ ମନ୍ଦିର ପରିସରରେ ଆସନ୍ତା ୧୮ ତାରିଖରେ ମହାକାଳେଶ୍ଵର ଓ ଗାୟତ୍ରୀ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ଶୁଭ ଖୁଣ୍ଟ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାୟତ୍ରୀ ପରିବାର ପକ୍ଷରୁ ମନୋରଞ୍ଜନ ମହାପାତ୍ର ଙ୍କ ତତ୍ତ୍ୱବଧାନ ରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗାୟତ୍ରୀ ହୋମ, ପୂଜା,ଓ ମନ୍ତ୍ର ପାଠ, କରାଯାଇ ଶୁଭ ଖୁଣ୍ଟ ସ୍ଥାପନ ହୋଇଯାଇଛି। ଏହି ମାଙ୍ଗଳିକ କାର୍ଯ୍ୟକ୍ରମ ରେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଶୋଇ, କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳୟ ଦେୟୂରୀ, ଥାନା ଅଧିକାରୀ ପ୍ରଭାତ ସାହୁ ଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଏନ୍ ଏ ସି ର ପୂର୍ବତନ କାଉନ୍ସିଲର , ଭକ୍ତ, ଶୁଭେଛୁ ଯୋଗ ଦେଇ ଥିଲେ ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526.jpg)