ମହିମାଶ୍ରମ ପରିସରରେ ବାଲ୍ୟଲୀଳା ପାଇଁ ପ୍ରସ୍ତୁତି ବୈଠକ

।
********************** -28/01/2023– ପଶ୍ଚିମ ଓଡ଼ିଶାର ଦ୍ବିତୀୟ ଯୋରନ୍ଦା ଭାବେ ପରିଚିତ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଚିଚୋଳି -ଭୁକ୍ତା ମହିମାଶ୍ରମ ପରିସରରେ ଆଗାମୀ ମାର୍ଚ୍ଚ ମାସ 5 ତାରିଖ ରୁ 7 ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହେବାକୁ ଥିବା ମହିମା ଧର୍ମର ବାଲ୍ୟଲୀଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ,ଡା. ଚିନ୍ତାମଣି ପଟେଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅମ୍ବାଭୋନା ବ୍ଳକ ତଥା ପଡୋଶୀ ଛତିଶଗଡ଼ ରାଜ୍ୟର ବିଭିନ୍ନ ଗ୍ରାମ ରୁ ଜଗତ ଭଗତ, ସାଧୁସନ୍ଥ, ମହିମା ଧର୍ମବିଶ୍ବାସି ଯୋଗ ଦେଇଥିଲେ। ହୃଷିକେଶ ପ୍ରଧାନ, ଦାମୋଦର ପଟେଲ,ବଦ୍ରି ବାଗ, ଶ୍ୟାମ ଲାଲ ନାଏକ,ସୁଧିର ପଧାନ,ଧନୀରାମ ପଟେଲ, ଆଦିତ୍ୟ ବେହେରା,କେଶବ ପଧାନ, ରାଜାରାମ ସା,ବର୍ତୁ ସା, ବଙ୍ଗାଲି ସା,ରୁଷି ଚରଣ ନାଏକ ,ଡୋଲାମଣି ସା, ସନ୍ଥ ଦାରୁକ ଦାଶ,ସନ୍ଥ ଧୃବ ଦାଶ,ସନ୍ଥ ଚିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଚିଚୋଲି ଗ୍ରାମ ରୁ ପ୍ରକାଶ ଚନ୍ଦ୍ର ରଥ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




