Spread the love

ଗଜ ଉଦ୍ଧାରଣ ବେଶ ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ମାଘ ପୂର୍ଣ୍ଣିମା ଅବସରରେ ପୁଷ୍ୟା ନକ୍ଷତ୍ର ଥିବାରୁ ଏହି ଗଜ ଉଦ୍ଧାରଣ ବେଶ ପାଳନ କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ଫୁଲ ହାର, ତୁଳସୀ ହାର ଓ ବହ୍ଲଭ ଭୋଗ, ସାଢେ଼ ଆଠଟା ବେଳେ ଖେଚେଡ଼ି ଭୋଗ, ମଧ୍ୟାହ୍ନ ସମୟରେ ଅନ୍ନ ଧୂପ । ମଧ୍ୟାହ୍ନ ଧୂପ ପରେ ଏହି ଗଜ ଉଦ୍ଧାରଣ ବେଶ ଠାକୁରଙ୍କୁ କରାଯାଇଥିଲା। ଏହି ବେଶ ବେଳେ ବାଣ ଫୁଟା ଯାଇଥିଲା। ତାପରେ ଷୋଡ଼ଶ ଉପଚାରରେ ପୂଜା କରାଯାଇଥିଲା। ତାପରେ ପୂଜାରେ ସନ୍ଧ୍ୟା ଆଳତି କରାଯାଇଥିଲା। ଶେଷରେ ରାତ୍ର ଧୂପ ଓ ପରେ ପହଡ଼ ପଡ଼ିଥିଲା। ପୂଜକ ଶ୍ରୀବତ୍ସ ମିଶ୍ର, ମଳୟ କର, ମନ ସୁମନ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳିଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ଗଜ ଉଦ୍ଧାରଣ ବେଶ ପାଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *