ଆଶ୍ରିବାଦ ସେବା ସଂଗଠନ ର ମହାନ ସେବା ପାଇଁ ବୁଦ୍ଧିଜୀବୀ ଙ୍କ ତାରିଫ




ଜଗତସିଂହପୁର
ତା =28/2/23
ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଚାରିପୋଲିଆ ବାଁବରଡା ଗ୍ରାମର ବୃଦ୍ଧା ମୂରଲୀ ଭୋଇ |ବୟସ 50 ଟପିଲାଣି | ବାମପଟ ପାଦର ମାଂସ ଧିରେଧିରେ ଛିଣ୍ଡି ଛିଣ୍ଡି ଗଭିର କ୍ଷତ ହେବାରୁ ଆଉ ଠିକ ସେ କାମ ଧନ୍ଦା କିମ୍ବା ଚଲାବୁଲା କରିପାରୁନାହାନ୍ତି |ଗୁରୁତର ଅବସ୍ଥାରେ ଦୈନଦିନ ପାଞ୍ଚ କିଲୋମିଟର ବସ କିମ୍ବା ଅଟୋ ରେ ଜଗତସିଂହପୁର ବହୁ କଷ୍ଟ ରେ ଆସି କିଛି ବଦାନ୍ୟ ବ୍ୟକ୍ତି ଙ୍କୁ ଟଙ୍କା ପଇସା ମାଗି ଯାହା ରୋଜଗାର କରେ ସେଥିରେ ପରିବାର ଭରଣ ପୋଷଣ କରେ |ଅର୍ଥ ଅଭାବରୁ ଗୋଡ଼ ରେ ହୋଇଥିବା କ୍ଷତ ନିମନ୍ତେ ଔଷଧ କିଣି ଖାଇପାରୁ ନାହାନ୍ତି |ସବୁଦିନ ଜ଼ିଲ୍ଲା ସଂସ୍କୃତି ଭବନ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସ ଦୋକାନ ବାରଣ୍ଡାରେ ବସିଥାନ୍ତି | ହେଲେ ହଠାତ ମୁରଲୀ ମାର୍କେଟ କମ୍ପ୍ଲେକ୍ସ ବାରଣ୍ଡାରେ ପଡିଥିବାର ଦେଖି ଆଶିର୍ବାଦ ସେବା ସଂଗଠନ ସଭାପତି ଜଗନ୍ନାଥ ବେହେରା ଆମ୍ବୁଲାନ୍ସ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ। ମାତ୍ର ଆମ୍ବୁଲାନ୍ସ ଆସିବା ବିଳମ୍ବ କରିବାରୁ ସଂଗଠନର ଉପଦେଷ୍ଟା ହିମାଂଶୁ ଶେଖର ଆଚାର୍ଯ୍ୟ ପ୍ରଦିପ ଦାସ ଏକ ଅଟୋ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୂରଲୀ ଙ୍କୁ ନେଇ ଚିକିତ୍ସା କରାଇଥିଲେ।
ଆଶର୍ବାଦ ସେବା ସଂଗଠନ କର୍ମକର୍ତ୍ତା ଙ୍କ ଏହି ମହାନ କାର୍ଯ୍ୟପାଇଁ ପାଇଁ ବୁଦ୍ଧିଜୀବୀ ଖୁବ ପ୍ରଶଂସା କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-21.jpg)
