ବ୍ରହ୍ମପୁର,୨୫/୩: ଶାନ୍ତି ଶୃଙ୍ଖଳା ସହ ସରିଲା ଗଞ୍ଜାମ ଓକିଲ ନିର୍ବାଚନ । ଘୋଷଣା ହେଲା ଫଳାଫଳ । ଏଥିରେ ସଭାପତି ଭାବେ ମିନୀତି ରଥ ନିର୍ବାଚିତ ହୋଇଛନ୍ତି। ସେହିଭଳି ସମ୍ପାଦକ ଭାବେ ଶିବ ନାରାୟଣ ସାହୁ ନିର୍ବାଚିତ । ହୋଇଛନ୍ତି। ଉପସଭାପତି ଭାବେ ଏମ ଚନ୍ଦ୍ର ଶେଖର ନିର୍ବାଚିତ ହୋଇଥିବା ବେଳେ ତାପସ ରଞ୍ଜନ ସାହୁ ସହସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ଗଞ୍ଜାମ ଓକିଲ ସଙ୍ଘର ପ୍ରଥମ ମହିଳା ସଭାପତି ହେଲେ ମିନତୀ ରଥ । ଆଜି ଓକିଲ ସଂଘ ନିର୍ବାଚନ ସକାଳ ୮ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସଂଘ କାର୍ଯ୍ୟାଳୟରେ ଭୋଟଦାନ ପ୍ରକ୍ରୀୟା ଜାରି ରହିଥିଲା ।ଚଳିତ ବର୍ଷ ବାର କାଉନସିଲ୍ଙ୍କ ଅନୁମୋଦନ ଅନୁଯାୟୀ ଗଞ୍ଜାମ ଓକିଲ ସଂଘର ମୋଟ ୧୫୧୬ ଜଣ ଆଇନଜୀବୀ ଭୋଟ ଦେବା ପାଇଁ ଯୋଗ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୧୩୩୮ ଜଣ ଆଇନଜୀବୀ ଆଜି ନିଜର ମତ ସାବ୍ୟସ୍ତ କରିଛନ୍ତି । ଅପରାହ୍ନ ସାଢ଼େ ୪ଟା ସମୟରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ସଭାପତି ପଦବୀ ପାଇଁ ୬ଜଣ ପାର୍ଥୀ ମଇଦାନରେ ଥିବା ମିନତୀ ରଥ ଏବଂ ସୁଧାଂଶୁ ଶେଖର ପଣ୍ଡାଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ମିନତୀ ୪୨୩ ଭୋଟ ପାଇଥିବା ବେଳେ ସୁଧାଂଶୁ ପଣ୍ଡା ମୋଟ ୩୩୫ଭୋଟ, ଲକ୍ଷ୍ମୀନାରାୟଣପତି ୨୪୨,ଡ଼ଃ ଶିବ ପ୍ରସାଦ ମିଶ୍ର ୧୯୩ ,ରବୀନ୍ଦ୍ର କୁମାର ଦେଓ ୯୮ଭୋଟ ଓ ଜଗତ ମୋହନ ପଟ୍ଟନାୟକ ୩୪ଖଣ୍ଡ ଭୋଟ ପାଇଥିଲେ । ତେବେ ମିନତୀ ରଥ ସର୍ବାଧିକ ୮୮ ଭୋଟ ପାଇଁ ବିଜୟୀ ହୋଇଥିଲେ। ସେହିଭଳି ଉପସଭାପତି ପଦବୀରେ ୨ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ଏମ ଚନ୍ଦ୍ର ଶେଖର ସର୍ବାଧିକ ୭୧୨ ଭୋଟ ପାଇଥିଲେ। ଅନ୍ୟ ପ୍ରାର୍ଥୀ ଡ଼ଃ ଦିଲ୍ଲୀପ କୁମାର ପାତ୍ର ୬୧୬ଭୋଟ ପାଇଥିଲେ । ସମ୍ପାଦକ ପଦବୀପାଇଁ ୬ଜଣ ମଇଦାନରେ ଥିବା ବେଳେ ଶିବ ନାରାୟଣ ସାହୁ
ସର୍ବାଧିକ ୩୮୫ ଭୋଟ ପାଇଥିବା ବେଳେ ଟି ଭେଙ୍କଟ ରାଓ ମୋଟ ୩୦୭,ଜ୍ୟୋତି ପ୍ରସାଦ ଛୋଟରୟ ୨୩୮ ଏବଂ ସୁଧୀର କୁମାର ମିଶ୍ର ମୋଟ ୨୧୦ଭୋଟ,ଟିଟୁ କୁମାର ପାତ୍ର ୧୫୮ ଭୋଟ ଏବଂ ଅନିଲ କୁମାର ପଣ୍ଡା ମୋଟ ୩୦ଭୋଟ ପାଇଥିଲେ। ସେହିଭଳି ସହ ସମ୍ପାଦକ ପଦବୀ ପାଇଁ ୩ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ତାପସ କୁମାର ସାହୁ ୭୧୩ ସର୍ବାଧିକ ଭୋଟ, ଗିରିଜା ଶଙ୍କର ବେହେରା ୪୩୭ ଓ ଜେ ଶ୍ରୀନିବାସ ମୋଟ୧୭୫ ଭୋଟ ପାଇଥିଲେ । ପ୍ରଥମ ରାଉଣ୍ଡରୁ ହିଁ ଆଗରେ ରହିଥିଲେ ତାପସ । ତାପସ ମୋଟ ୨୭୬ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ପରେ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ।

May 31, 2026/
No Comments



