ଭୂମି ହୀନ ହୋଇଥିବାରୁ ପକ୍କା ଘର ଆସି ଫେରି ଯାଉଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ରାଣୀଗୋଡା ଗ୍ରାମର କମଳା ବେହେରା ନାମକ ଜଣେ ମହିଳା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇ ଅଭିଯୋଗ କରୁଛନ୍ତି। ସୂଚନା ଯେ, କମଳା ବେହେରା ଜଣେ ଗରିବ ଶ୍ରେଣୀ ର ମହିଳା। ପକ୍କା ଘର ପାଇଁ ଆବେଦନ କରିଥିଲେ। ସରକାର ଙ୍କ ପକ୍ଷରୁ ପକ୍କା ଘର ପାଇଛନ୍ତି। କିନ୍ତୁ ଘର ତିଆରି କରିପାରୁ ନାହାନ୍ତି। କାରଣ ସେ ଭୂମି ହୀନ ହୋଇଥବା ରୁ ଘର ତିଆରି କରି ପାରିନାହାନ୍ତି। ଭୂମି ହୀନ ହୋଇ ଥିବାରୁ ସେ ବଅଁରପାଳ ତହସିଲ୍ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। କମଳା ଙ୍କୁ ପଟା ମଧ୍ୟ ମିଳିଛି। କିନ୍ତୁ ସେହି ପଟା ରେ କମଳା ଙ୍କ ନା ଲେଖା ହୋଇ ନଥିବାରୁ ପକ୍କା ଘର ତିଆରି ହୋଇ ପାରୁ ନଥବାରୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇ ଅଭିଯୋଗ କରିଛନ୍ତି ।




