Spread the love

କରତପଟା ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ

ଅନୁଗୋଳ ବ୍ଲକ କରତପଟା ଛକ ନିକଟରେ ଆଜି ସକାଳ ସମୟରେ ଏକ ୧୦୮ ଆମ୍ବୁଲାନ୍ସ ଯାହାର ଗାଡି ନମ୍ବର ଓଡି ୦୨ ବି ଜେ ୦୭୭୨ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତା କାନ୍ଥରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ, ଆମ୍ବୁଲାନ୍ସ ଟି ସକାଳେ ଟିକରପଡା ଆଡକୁ ରୋଗୀ ଆଣିବାକୁ ଯାଉଥିଲା। ସେପଟେ ମୋବାଇଲ ନେଟୱର୍କ ନମିଳିବାରୁ ରୋଗୀ ଙ୍କ ସହ ତାଙ୍କର ଯୋଗାଯୋଗ ହୋଇପାରିନଥିଲା। ଯାହାଫଳରେ ଗାଡ଼ି ଟି ଖାଲି ଫେରୁଥିଲା। ଫେରିବା ବାଟରେ ବିପରୀତ ଦିଗରୁ ଏକ ଦୃତଗାମୀ ମଟର ସାଇକେଲ ଆମ୍ବୁଲାନ୍ସ ଆଡକୁ ମାଡି ଆସିଥିଲା। ମଟର ସାଇକେଲ ଆରୋହୀ ଙ୍କୁ ବଞ୍ଚାଇବାକୁ ଯାଇ ଆମ୍ବୁଲାନ୍ସକୁ ଡ୍ରାଇଭର ନିଜ ବାମ ପଟକୁ କାଟିଦେଇଥିଲେ। ଯାହା ଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ବାଡ଼େଇ ହୋଇଥିଲା । ଘଟଣାରେ ଆମ୍ବୁଲାନ୍ସ ଟିର ବାମ ପଟ ମାଡ ହୋଇ ଥିବା ବେଳେ ଆଗ ଚକା ବାହାରି ତଳେ ପଡିଥିବା ଦେଖିବାକୁ ମିଳିଛି । ଏଥିରେ ବସିଥିବା ଡ୍ରାଇଭର ଓ ଷ୍ଟାପଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

You missed