Spread the love

ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ସମାଜସେବୀ ପରୋପକାରୀ, ଗାନ୍ଧି ବାଦୀ , ସର୍ବୋଦୟ ଓ ଭୂଦାନ ଆନ୍ଦୋଳନର ପ୍ରମୁଖ ନିଶାକର ଦାସଙ୍କ ୧୦୪ ବର୍ଷ ବୟସରେ ପରଲୋକ

ବିଷୟ ____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ନିଶାକର ଦାସଙ୍କ ୧୦୪ ବର୍ଷ ବୟସରେ କୋରାପୁଟ ଜିଲ୍ଲା ନନ୍ଦପୁରରେ ପରଲୋକ ହୋଇଛି। ସେ ଏକାଧାରରେ ବିଶିଷ୍ଟ ଗାନ୍ଧୀବାଦୀ ସ୍ୱାଧୀନତା ସଂଗ୍ରାମୀ ସର୍ବୋଦୟ ଏବଂ ଭୂଦାନ ଆନ୍ଦୋଳନର ପ୍ରମୁଖ ନେତ୍ୱତ୍ବ ନେଇ ଜେଲ ଯାଇଥିଲେ । ସେ ୧୯୩୪ ମସିହାରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମୟରେ ବାନର ସେନାରେ ସାମିଲ ହୋଇଥିଲେ। ଜୀବନର ଶେଷ ଭାଗରେ ସେ ମହାତ୍ମା ଗାନ୍ଧୀଙ୍କ କଥା ନିଜେ କାଟି ନିଜେ ପିନ୍ଧେ ନ୍ୟାୟରେ ଚାଲୁଥିଲେ । ତାଙ୍କର ଉଦ୍ୟମରେ କୋରାପୁଟ ଜିଲ୍ଲାର ନନ୍ଦପୁରରେ ତିନୋଟି ପଞ୍ଚାୟତରେ ମଦ ବିରୋଧୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଛି। ଆଜିର ଶ୍ରାଦ୍ଧଞଳି ଦିବସରେ ମଧୁଓଡିଆ ସେନା ଓ ପୁଜ୍ୟ ପ୍ରତିଭା ପରିଷଦ ପକ୍ଷରୁ ଫତେପୁରର ମଲିଆ ଯଜ୍ଞ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ପଦ୍ମାକର ଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପୁରୁଷୋତ୍ତମ ବେହେରା,ଭୁବନା ନନ୍ଦ ସାମଲ, ସଚିଦାନନ୍ଦ ଗୁରୁ, ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ସାମଲ, ଉତ୍ତମ ଦାସ,କଲ୍ୟାଣ ଦାସ, ଶିଶିର ବାବୁ, ଶ୍ରୀ ଧର ସାହୁ, ବନମାଳୀ ପତି,ପ୍ରଭାସ ସାମଲ ପ୍ରମୁଖ ଯୋଗଦେଇ ଥିଲେ ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *