ପ୍ରକାଶ ପାଇଲା ମାଟ୍ରିକପରୀକ୍ଷା ଫଳ ବଡ଼ବିଲର ଝିଅ ଭାଗ୍ୟଶ୍ରୀ କେନ୍ଦୁଝର ଜିଲ୍ଲା ଟପ୍ପର ।
ପ୍ରକାଶିତ ହେଲା ପିଲାଙ୍କ ବହୁ ପ୍ରତିକ୍ଷିତ ମାଟ୍ରିକ ପରୀକ୍ଷା ଫଳ , କେନ୍ଦୁଝର ଜିଲ୍ଲାର ଟପ୍ପର ହେଲେ ବଡ଼ବିଲ ମାଟିର ଝିଅ ଭାଗ୍ୟଶ୍ରୀ ପ୍ରଧାନ। ଭାଗ୍ୟଶ୍ରୀ ପ୍ରଧାନ ବଡ଼ବିଲ ପୌରପାଳିକା ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ, ତାଙ୍କ ପିତା ନାମ ଜୟନ୍ତ ପ୍ରଧାନ ବଡ଼ବିଲ ସରକାରୀ ଉଚ୍ଚ ବିଦ୍ୟାଳୟ lର ଜଣେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ବେଳେ ଭାଗ୍ୟଶ୍ରୀ ଙ୍କ ମା ନର୍ମଦା ପ୍ରଧାନ ଜଣେ ଗୃହିଣୀ ଅଟନ୍ତି, ଭାଗ୍ୟଶ୍ରୀ ଙ୍କ ପିତା ବିଗତ ୧୩ବର୍ଷ ହେଲା ଶିକ୍ଷାଦାନ କରିଆସୁଥିବା ବେଳେ ବିଗତ ଏକବର୍ଷ ହେଲା ବିନା ପାରିଶ୍ରମିକରେ ପିଲାଙ୍କୁ ଶିକ୍ଷାଦାନ କରିଆସୁଥିବା ଅତି କୋହଭରା କଣ୍ଠରେ କହିଛନ୍ତି। ଭାଗ୍ୟଶ୍ରୀ ୫୭୩ନମ୍ବର ଶତକଡା ୯୫.୫% ରଖି କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଟପ୍ପର ହେବା ସହ ଜିଲ୍ଲା ତଥା ବଡ଼ବିଲ ପୌରାଞ୍ଚଳର ଗୌରବ ବଢାଇଛନ୍ତି , ଯାହାପାଇଁ ଭାଗ୍ୟଶ୍ରୀଙ୍କୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛା ଓ ପ୍ରଶଂସାର ସୁଅ। ସେ ତାଙ୍କର ଏହି କୃତିତ୍ୱର ଶ୍ରେୟ ତାଙ୍କ ପିତା ମାତା ଓ ସ୍କୁଲର ଗୁରୁଜୀ ଓ ଗୁରୁମା ଏବଂ ତାଙ୍କ ସହପାଠୀ ଙ୍କୁ ଦେଇଛନ୍ତି, ଏବଂ ଭାଗ୍ୟଶ୍ରୀ ଆଗାମୀ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଆଶା ରଖିଥିବା ପ୍ରକାଶ କରିଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)