ମାଟ୍ରିକରେ ବାଜିମାରିଲେ ଯାଆଁଳା ଭଉଣୀ
ମାଟ୍ରିକ ପରୀକ୍ଷାରେ ବାଜି ମାରିଲେ ଯାଆଁଳା ଭଉଣୀ। ଅନୁଗୋଳ ଜିଲ୍ଲା ନାଲକୋ ନଗର ସରସ୍ବତୀ ବିଦ୍ୟାମନ୍ଦିରର ସ୍ୱାଥିଶ୍ରି ସର ଓ ସ୍ୱୟଂଶ୍ରୀ ସର A1 ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇ ସ୍କୁଲ ପାଇଁ ଗୌରବ ଆଣିଛନ୍ତି । ବାପା ପ୍ରଦୀପ ସର ନାଲକୋ ସିପିପି ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି ଓ ମା ରାଜଶ୍ରୀ ସର ଜଣେ ଗୃହିଣୀ। ପିଲାବେଳୁ ଦୁଇ ଝିଅ ଖୁବ ଭଲ ପଢୁଥିଲେ। ପିଲାଙ୍କ ପାଠପଢାରେ ବାପାମାଆ ସହଯୋଗ କରନ୍ତି l ଉଭୟଙ୍କ କଠିନ ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତି ବଳରେ A1
ଗ୍ରେଡ ରେ ଉତ୍ତିର୍ଣ୍ଣ ହୋଇ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଶ୍ରୀ ସରଙ୍କ ନିଜ ଗ୍ରାମ ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳରେ। ଆଗାମୀ ଦିନରେ ଦୁଇ ଭଉଣୀ କିଛି ଭିନ୍ନ କରିବାର ସ୍ଵପ୍ନ ଦେଖିଛନ୍ତି l ସ୍ୱାତିଶ୍ରି ସର ୯୫ % ନିଜ ରେଜଲ୍ଟ ରେ ଖୁବ୍ ଖୁସି ଅଛନ୍ତି ପରିଶ୍ରମର ଫଳ ପାଇଛନ୍ତି ବୋଲି କହିବା ସହ ଆଗକୁ ଆଇ.ଆଇ.ଟି ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ନିଜ ସଫଳତାର ଶ୍ରେୟ ବାପା ମାଆ ଏବଂ ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି l ସେହିପରି ସ୍ୱୟଂ ଶ୍ରୀ ସର ୯୫% ଆଶା କରିଥିବା ବେଳେ ୯୦% ମାର୍କ ରଖିଛନ୍ତି l ଭଵିଷ୍ୟତ ରେ ନିଶ୍ଚିତ ଭାବେ ଆହୁରି ଭଲ କରିବେ ବୋଲି କହିଛନ୍ତି l ସେ ମଧ୍ୟ ଆଇ.ଆଇ.ଟି ଇଞ୍ଜିନିୟର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି।

